Friday, March 29, 2024

Top 5 This Week

Related Posts

ବାଲିଗୁଡ଼ା ପୂର୍ତ୍ତ ଛକ ନିକଟରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ପାଳିତ

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା,(୨/୧୦) : ବାଲିଗୁଡ଼ା ପୂର୍ତ୍ତ ଛକ ନିକଟରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ନିରାଡ଼ମ୍ବର ଭାବେ ପାଳିତ ହୋଇଛି | ଶନିବାର ସକାଳ ୭.୧୫ ମିନଟ ସମୟରେ ପୂର୍ତ୍ତ ଛକଠାରେ ଉପ-ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ | ବାଲିଗୁଡା ଉପଖଣ୍ଡ ପାଳନ କମିଟି ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ଵ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ ହୋଇଛି |

ବାଲିଗୁଡ଼ା ପୂର୍ତ୍ତ ଛକ ନିକଟ ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ବାର ଆସୋସେସନ ସଭାପତି ଆଡ଼ଭୋକେଟ କୌଶିକ ସାହୁ ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ୧୫୨ ତମ ଗାନ୍ଧୀ ଜୟନ୍ତୀ ଏବଂ ୧୦୭ ତମ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମହାତ୍ମାଗାନ୍ଧୀ ଉପରେ ଅଭିଭାଷଣ ପ୍ରଦାନ କରି ଉଭୟ ମହାପୁରୁଷ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ |

ଏଥିରେ ବାଲିଗୁଡା ର ବରିଷ୍ଠ ନାଗରିକ, ସରକାରୀ କର୍ମଚାରୀ,ସାମ୍ବାଦିକ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି କୋଭିଡ କଟକଣା କୁ ଅନୁପାଳନ କରି ଜୟନ୍ତୀ ସମାପନ କରିଥିଲେ | ବାଲିଗୁଡା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |ଏଥି ସହିତ ବାଲିଗୁଡା ସହର ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି |

Popular Articles