ରାଜ୍ୟରେ ୨,୦୭୪ ନୂଆଁ କରୋନା ଆକ୍ରାନ୍ତ ଚିହ୍ନଟ, ୬୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ 

0
161

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୧୪/୦୭) : ଆଜି ରାଜ୍ୟରେ ସମାନ୍ୟ ତମ ବଢିଛି କରୋନା ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ୨୦୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୪୫,୭୪୯ ରେ ପହଞ୍ଚିଛି ।

ତେବେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ୨୦୭୪ ସଂକମିତଙ୍କ ମଧ୍ୟରୁ ୧୧୯୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୮୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗତ ୨୪ ଘଣ୍ଟାରେ ୨୬୪୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏହାକୁ ମିଶାଇ ସୁସ୍ଥ ତାଲିକା ୯,୧୮,୦୪୧ ରେ ପହଁଞ୍ଚିଛି । ସରକାର ଟେଂଷ୍ଟି ହାରକୁ ଗୁରୁତ୍ୱ ଦେଉଥିବା ବେଳେ ଏବେ ସୁଦ୍ଧା ୧,୪୭,୭୨,୯୩୮ ଜଣଙ୍କ କରୋନା ପରୀକ୍ଷା କରାଯାଇଛି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୫୯,ବାଲେଶ୍ୱରରୁ ୧୧୫, ବରଗଡରୁ ୩୮,ଭଦ୍ରକରୁ ୧୧୦,ବଲାଙ୍ଗୀରରୁ ୧୭,ବୌଦ୍ଧରୁ ୧୨,କଟକରୁ ୨୮୩,ଦେଓଗଡରୁ ୩,ଢେଙ୍କାନାଳରୁ ୬୧,ଗଜପତିରୁ ୩,ଗଞ୍ଜାମରୁ ୫, ଜଗତ୍ସିଂହପୁରରୁ ୯୯, ଯାଜପୁର୧୨୦,ଝାରସୁଗୁଡାରୁ ୫,କଳାହାଣ୍ଡିରୁ୫, କନ୍ଧମାଳରୁ ୧୯, କେନ୍ଦ୍ରାପଡାରୁ ୪୬, କେଉଁଝରରୁ୪୬,ଖୋର୍ଦ୍ଧାରୁ ୪୪୩, କୋରାପୁଟରୁ ୧୦, ମାଲକାନଗିରିରୁ ୪୭,ମୟୂରଭଞ୍ଜରୁ ୧୧୫, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୫୮,ନୁଆଁପଡାରୁ ୪, ପୁରୀରୁ ୧୩୩,ରାୟଗଡାରୁ ୧୬, ସମ୍ବଲପୁରରୁ ୩୦, ସୋନପୁରରୁ ୯,  ସୁନ୍ଦରଗଡରୁ ୫୬ ଏବଂ ରାଜ୍ୟପୁଲ୍ ରୁ ୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ବି ରାଜ୍ୟରେ ବଢିଛି ମୃତ୍ୟୁସଂଖ୍ୟା । ଆଜି ଆଉ ୬୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୬ ଜିଲ୍ଲାରୁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଜଣ ମୃତ୍ୟୁବରଣ କରିଛନ୍ତି । ବରଗଡ଼ ଜିଲ୍ଲାରୁ ୧୦ ଜଣ କରୋନା ସଂକ୍ରମିତଙ୍କର ଜୀବନ ଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାରୁ ୭, ପୁରୀରୁ ୬ ଓ ନବରଙ୍ଗପୁରରୁ ୪ ,ଗଜପତି ଜିଲ୍ଲାରୁ ୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ବାଲେଶ୍ୱର, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଅନୁଗୋଳ, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪ ହଜାର ୭୯୫ କୁ ବୃଦ୍ଧି ପାଇଛି ।