ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗର ମିଳିତ ଆୟୋଜନରେ କେରିଅର କାଉନସେଲିଂ କର୍ମଶାଳା ଅନୁଷ୍ଠିତ

0
327

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୨/୧୦) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ର ମିଳିତ ଆୟୋଜନ ରେ ସ୍ଥାନୀୟ ଜିଲ୍ଳା ଗ୍ରନ୍ଥାଳୟ ଠାରେ ଜିଲ୍ଲା ଶିକ୍ଷା ସେତୁ ଅଧୀନରେ ଜିଲ୍ଲାର 5T ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ କେରିଅର କାଉନସେଲିଂ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l

ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗର ଜିଲ୍ଳାଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନୃତ୍ୟ କୁ ମଧ୍ୟ ଜୀବନ ଜୀବିକା ଭାବେ ଗ୍ରହଣ କରାଯାଇପାରେ ବୋଲି ଉଦବୋଧନ ଦେଇଥିଲେ l ମୁଖ୍ୟବକ୍ତା ଭାବେ ଅନ୍ତର୍ଜାତିକ ଖ୍ୟlତୀ ସମ୍ପନ୍ନ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଯୋଗଦାନ କରି କଠିନ ପରିଶ୍ରମ ଓ ଅଧ୍ୟବସାୟ ଦ୍ୱାରା ଛାତ୍ର ଛାତ୍ରୀ ନିଜର ଲକ୍ଷ୍ୟ କୁ ସହଜରେ ହାସଲ କରିପାରିବେ ବୋଲି କହିବା ସହ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କ ମନ ରେ ଥିବା ପ୍ରଶ୍ନ ର ଉତ୍ତର କୁ ସହଜ ଓ ସରଳ ଭାବେ ଅଭିବ୍ୟକ୍ତ କରିଥିଲେ l

ଏହି ଅବସରରେ ଅନ୍ୟତମ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ସହକାରୀ ଜିଲ୍ଲାପାଳ ଅଭିଲାଶ ପୁରୋହିତ, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଡ଼ଃ ରାଧାକାନ୍ତ ଗଡ଼ତିଆ, ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ୟେଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ସର୍ବଶିକ୍ଷା କାର୍ଯ୍ୟାଳୟ ର କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଏହି ଅବସରରେ ଶିବୁତୁଳା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ମୋ ସ୍କୁଲ ଅଭିଯାନ ପାଇଁ ଏକ ଲକ୍ଷ ଟଙ୍କା ର ଚେକ ପ୍ରଦାନ କରିଥିଲେ l