ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳିତ

0
157

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୨/୧୦) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । WhatsApp Image 2021 10 03 at 7.17.44 AM ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳିତ | ପ୍ରଭାତରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଦ୍ଵାରା ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ କୀର୍ତ୍ତନ ଦଳ ମାଧ୍ୟମରେ ସହରରେ ରାମଧୁନ ପରିବେଷଣ କରାଯାଇଥିଲା l ସକାଳ ସାଢ଼େ ୭ଟା ସମୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍ ରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା l

କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଅଵୋଲୀ ସୁନିଲ ନରୱଣେ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଶ୍ରୀମତୀ ନିଶି ପୁନମ ମିଞ୍ଜ , ପିଡି ଡିଆରଡିଏ ଡ଼ୋଲାମଣି ପଟେଲ୍, ଉପଜିଲ୍ଲାପାଳ ନିହାର ରଂଜନ କଅଁର, ଜିଲ୍ଲା ସଂସ୍କୃତି ଅଧିକାରୀ ଡଃ ଇପ୍ସିତା ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।ଅତିଥି ବୃନ୍ଦ ପ୍ରଥମେ ଷ୍ଟାଡିୟମ୍ ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l

ତାପରେ ସଭାସ୍ଥଳ ରେ ଥିବା ଗାନ୍ଧିଜୀ ଓ ଶାସ୍ତ୍ରୀଜିଙ୍କ ଫଟୋରେ ଧୂପଦୀପ ଏବଂ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ l ଶିକ୍ଷକ ପୁଷ୍ପକ ରାୟ ଏବଂ ସନ୍ତୋଷିନି ନନ୍ଦ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ଗାନ କରିଥିଲେ l ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଦ୍ୟାପତି ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ l ସର୍ବଧର୍ମ ପ୍ରାର୍ଥନା ସଭାରେ ଜନାବ ମହମ୍ମଦ ରଫିକ ପବିତ୍ର ଧର୍ମଗ୍ରନ୍ଥ କୋରାନ୍, ପାଷ୍ଟର ପ୍ରଭାତ ଦିଗାଲ ବାଇବଲ ଏବଂ ପଣ୍ଡିତ ଲକ୍ଷ୍ମୀନାରାୟଣ ପୁଝାରୀ ଗୀତା ପାଠ କରିଥିଲେ l

ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପନ୍ନ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସହରର ଗାନ୍ଧୀ ପ୍ରେମୀ ବ୍ୟକ୍ତି ବିଶେଷ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଯୋଗଦେଇଥିଲେ l