ଭାରତର ଆଇନଗତ ସମସ୍ୟା ପାଇଁ ଆମେରିକା ପଠାଇ ପାରୁନି ଟିକା

0
189

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୧୪/୦୭) : ଆମେରିକା ଅନେକ ଦେଶକୁ ୮ କୋଟି କରୋନା ଟିକା ଦାନ କରିବ ବୋଲି ଘୋଷଣା କରିଛି । ଆମେରିକା ଏବେ ଏହି ଟିକାକୁ ବାଣ୍ଟିବା ଆରମ୍ଭ କରିଛି । କିନ୍ତୁ ଉଦବେଗରେ କଥା ଯେ,ଭାରତରେ ଟିକା ଆବଶ୍ୟକ ଥାଇ ବି ଆଇନଗତ ସମସ୍ୟାରୁ ଏହି ଟିକାକୁ ଭାରତ ପାଇ ପାରୁନାହିଁ ।

ଆମେରିକା ଭାରତକୁ ଟିକା ପଠାଇବ ବୋଲି ଗୋଡ କାଢି ବସିଛି ହେଲେ କେନ୍ଦ୍ର ସରକାର ଗ୍ରୀନ ସିଗନାଲ ଦେଖାଇନଥିବାରୁ ଟିକା ଦେବାରେ ଅସୁବିଧା ରହିଛି ବୋଲି ଆମେରିକର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି । ମୁଖ୍ୟତଃ ଭାରତ ଟିକା ପିରଚାଳନା, ନିୟାମକ ଏବଂ ଆଇନଗତ ପ୍ରକ୍ରିୟା ନେଇ ଯେଉଁ ସବୁ ସମସ୍ୟା ରହିଛି ତାକୁ ଶେଷ କରିବାକୁ ଟିକିଏ ସମୟ ଲାଗିବ ବୋଲି କହିଥିବା ସୂଚନା ରହିଛି ।

ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ ନେଡ୍ ପ୍ରାଇସ୍ କହିଛନ୍ତି ଯେ ଆମେରିକା ଏବେ ପାକିସ୍ତାନ, ନେପାଳ, ଭୁଟାନ ଏବଂ ବାଂଲାଦେଶକୁ ଟିକା ପଠାଇ ସାରିଛି । କିନ୍ତୁ ଭାରତରେ ଏହି ଟିକା ପହଞ୍ଚିବାରେ ସମସ୍ୟା ରହିଛି । ଭାରତରେ ଥିବା ଜରୁରୀକାଳୀନ ଆମଦାନୀରେ କିଛି ଆଇନଗତ ପ୍ରତିବନ୍ଧକ ଥିବାରୁ ଭାରତକୁ ଟିକା ଦେବାରେ ସମୟ ଲାଗୁଛି ବୋଲି ସେ କହିଛନ୍ତି ।

ଭାରତକୁ ଆମେରିକା ୩୦-୪୦ ଲକ୍ଷ ମୋଡେର୍ଣ୍ଣା ଏବଂ ଫାଇଜର ଟିକା ଦେବ ବୋଲି ଆଶା କରାଯାଉଛି । ମୋଡେର୍ଣ୍ଣା ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଅନୁମୋଦନ ପାଇଥିବାବେଳେ ଫାଇଜର ଭାରତରେ ଜରୁରୀକାଳୀନ ଅନୁମୋଦନ ପାଇଁ ଆବେଦନ କରି ନଥିବା ସୂଚନା ରହିଛି । ସେହିପରି ମୋଡେର୍ଣ୍ଣା ଏବଂ ଫାଇଜର ଭାରତରେ ଆଇନଗତ ସୁରକ୍ଷା ଚାହୁଁଛନ୍ତି ଯାହା ସେମାନଙ୍କୁ ଦେଶର ଆଇନଗତ ମାମଲାରୁ ରକ୍ଷା କରିବ ।

ନେଡ କହିଛନ୍ତି ଯେ ଆମେରିକା ଦକ୍ଷିଣ ଏସିଆରେ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ନେପାଳ, ମାଲଦ୍ୱୀପ, ପାକିସ୍ଥାନ ଏବଂ ଶ୍ରୀଲଙ୍କାକୁ ଲକ୍ଷ ଲକ୍ଷ ଟିକା ଦେଇ ସାରିଛୁ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ନିୟୁତ ଡୋଜ ସାରା ବିଶ୍ୱକୁ ଦେଇଛି ।