ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ : ୫୨ ୟୁନିଟ ରକ୍ତ ସଂଗ୍ରହ

0
265

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨/୧୦) : ବୌଦ୍ଧ ଜିଲ୍ଲା ମୁଣ୍ଡାପଡା ପଞ୍ଚାୟତ ଅନ୍ତର୍ଗତ କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା ମୋ ପରିବାର ପକ୍ଷରୁ ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଡ଼ିଓ ଦେବୀ ପ୍ରସାଦ ଦାସ, ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ବାଇଁ,ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ମୃତୁଞ୍ଜୟ ମିଶ୍ର,ଗ୍ରାମ୍ୟ କୃଷି ଅଧିକାରୀ ନରସିଂହ ସୁଣ୍ଡି, ସ୍ବେଚ୍ଛାସେବୀ ସିତାନଂଶୁ ମହାକୁଳ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ପ୍ରଥମେ ଲୋଚନ ସାହୁ ଓ କିରଟୀ ପ୍ରଧାନଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା । ଏହା ପରେ ମହିଳା ରକ୍ତଦାତା ମିତ।ମଣି ଭୋଇ, ସମାରୀ ରଣା, ଲାଙ୍କେଶ୍ୱରୀ ରଣା, ସୁଜାତା ମହାକୁଳ ପ୍ରମୁଖ ୧୦ ରୁ ଉର୍ଦ୍ଧ୍ବ ମହିଳା ରକ୍ତଦାନ କରିଥିଲେ । ସମୁଦାୟ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

ରକ୍ତଦାନ ଶିବିରକୁ ଡ଼ ମଳୟ କୁମାର ସାହୁ, କାଉନ୍ସେଲର ବନୋଜ କୁମାର ପ୍ରଧାନ, ଏଲ ଟି ଦେବଦତ୍ତ କିଷାନ, ଏତେନ୍ଡେଣ୍ଟ ବାଦଲ କୁମାର ପ୍ରଧାନ ପରିଚାଳନା କରିଥିବାବେଳେ ସ୍ବେଚ୍ଛାସେବୀ ଜଗଦୀଶ ବାରିକ,ବିଜୁ ଜନତା ଦଳର ସଂପାଦକ ସନ୍ତୋଷ କୁମାର ଦାସ, ସୁମନ୍ତ ନାଏକ, ଅରୁପ ଦାଶ, ପ୍ରଦୀପ ପ୍ରଧାନ, ଆଦିତ୍ୟ ଦାସ, ରବୀନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।