5T ଅଧିନରେ ପାସପୋର୍ଟ ଭେରିଫିକେସନ୍ : ୪ ଦିନରେ ମିଳିବ ପାସପୋର୍ଟ

0
171

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୩/୧୦) : 5T ଅଧିନରେ ପାସପୋର୍ଟ ଭେରିଫିକେସନ୍ | ପାସପୋର୍ଟ ଭେରିଫିକେସନ୍ ପାଇଁ ଆଉ ମାସ ମାସ ଅପେକ୍ଷା କରିବାକୁ ପଡ଼ୁନାହିଁ । ଏବେ ଆବେଦନର ମାତ୍ର ୪ ଦିନ ଭିତରେ ହୋଇଯାଉଛି ପାସପୋର୍ଟ ଭେରିଫିକେସନ୍ ।

5T ଅଧିନରେ ପାସପୋର୍ଟ ଭେରିଫିକେସନ୍ ପରି ବୈପ୍ଳବିକ ପରିବର୍ତ୍ତନ ଅଣାଯାଇଥିବା କହିଛନ୍ତି ପୁଲିସ୍ ଡିଜି ଶ୍ରୀ ଅଭୟ । ସମଗ୍ର ଭାରତରେ ତତ୍କାଳ ପାସପୋର୍ଟ ଭେରିଫିକେସନ୍ ହେଉଥିବା ରାଜ୍ୟ ମଧ୍ୟରେ ଏବେ ଓଡ଼ିଶା ବି ସାମିଲ ହୋଇପାରିଛି ବୋଲି ପୁଲିସ୍ ଡିଜି ଶ୍ରୀ ଅଭୟ କହିଛନ୍ତି ।

ଶ୍ରୀ ଅଭୟ କହିଛନ୍ତି, ୨୦୨୧ରେ ପାସପୋର୍ଟ ଭେରିଫିକେସନ 5T ଅଧୀନକୁ ଆସିଥିଲା । ଏଥିନିମନ୍ତେ ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ ହୋଇଥିଲା । ସବୁ ଥାନାକୁ ଗୋଟିଏ ଲେଖା ଟାବଲେଟ ଦିଆଯାଇଛି । ସେଥିରେ ପାସପୋର୍ଟ ଭେରିଫିକେସନ ପାଇଁ ଆପ୍ ଇନଷ୍ଟଲ କରାଗଲା । ଏହି ବର୍ଷ ଏହି କାମକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି । ଅଗଷ୍ଟ ମାସରେ ପାସପୋର୍ଟ ଭେରିଫିକେସନ ଟାଇମ୍ ୬ ଦିନ ଥିଲା । ସେପ୍ଟେମ୍ବର ପ୍ରଥମ ୧୫ ଦିନରେ ମାତ୍ର ୪ ଦିନରେ ହୋଇଯାଉଛି ଏହି କାମ । ପୂର୍ବାପେକ୍ଷା ଏବେ ଖୁବ୍ କମ୍ ସମୟ ମଧ୍ୟରେ ପାସ୍ପୋର୍ଟ ଭେରିଫିକେସନ ହୋଇପାରୁଥିବା ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ ।

ପୂର୍ବରୁ ୨୦୧୭ ମସିହାରେ ପାସ୍ପୋର୍ଟ ଭେରିଫିକେସନ ପାଇଁ ହାରାହାରି ତିନି ମାସରୁ ଅଧିକ ସମୟ ଲାଗୁଥିଲା । ଏବେ ତାହା କମି କମି ୪ ଦିନରେ ହୋଇପାରୁଛି । ଏଥିନିମନ୍ତେ ରାଜ୍ୟର ସମସ୍ତ ଥାନା ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ପୁଲିସ ଡିଜି ।