ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୨/୦୯) : ପୁରୁଷୋତ୍ତମପୁର ସହର ସ୍ଥିତ ବସଷ୍ଟାଣ୍ଡ ନିକଟରେ ଥିବା ଅଗ୍ରଣୀ କମ୍ପୁଟର ସଂସ୍ଥା ବିଶ୍ଵକର୍ମା ଇନିଷ୍ଟ୍ୟଟ ଦ୍ୱାରା ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା ।
ବିଶ୍ୱକର୍ମା କମ୍ପୁଟର ସଂସ୍ଥା ଦ୍ୱାରା ରକ୍ତ ଦାନ ଶିବିର ଅନୁଷ୍ଠିତ । ସାମ୍ପ୍ରତି ଗଞ୍ଜାମ ଜିଲ୍ଳାରେ କିଛିଦିନ ତଳେ ବ୍ଲଡ଼ ବେଙ୍କରେ ମଧ୍ୟ ରକ୍ତର ଅଭାବ ପରିଲକ୍ଷିତ ହୋଈ ଥିଲା । ଏଣୁ ତାର ମୁକାବିଲା କରିବା ନିମନ୍ତେ ବିଭିର୍ଣ୍ଣ ଅନୁଷ୍ଠାନ, ସ୍କୁଲ, କଲେଜ ଏବଂ ରାଜନୀତି ବ୍ୟକ୍ତି ବିଶେଷ ମାନଙ୍କ ଦ୍ୱାରା ରକ୍ତ ଦାନ ଶିବିର ର ଆୟୋଜନ କରାଯାଉଛି । ସେହିପରି ଏହି ବିଶ୍ଵକର୍ମା କମ୍ପୁଟର ସଂସ୍ତାର ନିର୍ଦେଶକ ଜଗନ୍ନାଥ ମହାରଣା ଙ୍କ ସଂଯୋଜନା ରେ ଅନୁଷ୍ଠାନ ର ଛାତ୍ର, ଛାତ୍ରୀଙ୍କୁ ନେଇ ଆଜିର ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଥିଲା ।
ଏହି ଶିବିର ରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ଡ଼କ୍ଟର ମନୋଜ କୁମାର ଟୁଡୁ ଙ୍କ ନେତୃତ୍ୱ ରେ ଟେକ୍ନିସିଆନ ପ୍ରଦୀପ କୁମାର ସୁବୁଦ୍ଧି, ନର୍ସ ଆଲୋକ ମହାନ୍ତୀ, ଡ୍ରାଇଭ ଡମ୍ବୁରୁ କାର୍କୀ ଙ୍କ ସହଯୋଗ ରେ ଆରମ୍ଭ କରାଯାଇଥିଲା । ଏହାସହ ବିଶ୍ଵକର୍ମା କମ୍ପୁଟର ଇନଷ୍ଟ୍ୟଟର କର୍ମଚାରୀ ଓ ବହୁ ବ୍ୟକ୍ତି ବିଶେଷ ମାନେ ନିଜର ସହଯୋଗ ର ହାତ ବଢ଼ାଇ ୫୧ ୟୁନିଟ ରକ୍ତ ସଂଗ୍ରହ କରିବାରେ ସଫଳ ହୋଈ ଥିଲେ । ଏବଂ ଜିଲ୍ଲା ରକ୍ତ ଭଣ୍ଡାର କୁ କିଛି ମାତ୍ରାରେ ରକ୍ତଦାନ କରିବାରେ ସହାୟକ ହୋଈ ଥିଲେ ।