Monday, September 9, 2024

ଗଞ୍ଜେଇ ଚୋରା ଚାଲାଣ ମାମଲା, ଦୁଇ ଗିରଫ ୬୮୮ କେଜି ୮୪୦ ଗ୍ରାମ ଗଞ୍ଜେଇ ଜବତ

Date:

Share post:

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୦୧/୦୯) : ଗଞ୍ଜେଇ ବେପାରୀଙ୍କ ଭୂସ୍ବର୍ଗ ପାଲଟିଛି ଗୁଣପୁର ଅଞ୍ଚଳ । ଅଭିଯୁକ୍ତ ମାନେ ଦିବାଲୋକରେ ଗଞ୍ଜେଇ ଚାଲାଣ କରୁଥିବା ଦେଖାଯାଉଛି ।WhatsApp Image 2024 09 01 at 22.05.32 1 ଗଞ୍ଜେଇ ଚୋରା ଚାଲାଣ ମାମଲା, ଦୁଇ ଗିରଫ ୬୮୮ କେଜି ୮୪୦ ଗ୍ରାମ ଗଞ୍ଜେଇ ଜବତ

ଆଜି ଖର୍ଲିଙ୍ଗ ଗ୍ରାମ ନିକଟସ୍ଥ ଆର ଏମ୍ ସି ଚେକ୍ ପୋଷ୍ଟ ନିକଟରେ ଗୁଣପୁର ଆଦର୍ଶ ଥାନା ପୋଲିସ୍ ଦୁଇ ଗଞ୍ଜେଇ ଚାଲାଣକାରିଙ୍କୁ ଗିରଫ କରିଥିଲା । ବିଶ୍ଵସ୍ତ ସୁତ୍ରରୁ ଖବର ପାଈ ଏସ୍ ଆଇ ଲଛମି ପରଜା ପୋଲିସ କର୍ମଚାରୀଙ୍କ ସହ ଖର୍ଲିଙ୍ଗ ଗ୍ରାମ ନିକଟରେ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ, ଏକ ଧଳା ରଙ୍ଗର ମହିନ୍ଦ୍ରା ପିକ୍ ଅପ ଭେନ (OD 29 B 4734) ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ୨୩ ଟି ଗଞ୍ଜେଇ ବସ୍ତା ଥିବାର ଦେଖିଥିଲେ । ଅଭିଯୁକ୍ତ ମାନେ ହେଲେ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଅଣ୍ଟର୍ଵା ଗ୍ରାମର ଯୁସୟ ରଇତ (୧୯) , ମୁକେଶ ମଣ୍ଡଳ (୨୪) ।

ସେମାନଙ୍କ ଠାରୁ ୬୮୮ କେଜି ୮୪୦ ଗ୍ରାମ ଗଞ୍ଜେଇ, ନଗଦ ୭୫୦ ଟଙ୍କା, ଦୁଇଟି ମୋବାଇଲ ଫୋନ୍ ଓ ଏକ ମହିନ୍ଦ୍ରା ପିକ୍ ଅପ୍ ଭେନ୍ ଜବତ କରାଯାଇଥିବା ଗୁଣପୁର ଆଦର୍ଶ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଙ୍କୁ ଜେରା କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply

spot_img

Related articles

ସବୁ ସହଜ ଜନସେବା କେନ୍ଦ୍ରରେ ହୋଇ ପାରିବ ‘ସୁଭଦ୍ରା’ ଯୋଜନାର ଅନଲାଇନ ଆବେଦନ : ବ୍ୟସ୍ତ ବିବ୍ରତ ନହେବାକୁ ବ୍ଲକ ପ୍ରଶାସନର ନିବେଦନ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ରାଜ୍ୟ ସରକାର ଆରମ୍ଭ କରିଥିବା' ସୁଭଦ୍ରା' ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା...

ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ, ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା, ଆବେଦନ ସମୟ ସୀମାର କୌଣସି ଅବଧି ନାହିଁ : ସୁବର୍ଣ୍ଣପୁର ଜିଲ୍ଲପାଳ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ 'ସୁଭଦ୍ରା’ ଯୋଜନା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ...

ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ଏକ ଡିଲର ଦୋକାନର ଉଦଘାଟନ ଅନୁଷ୍ଠିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ପୁରୁଷୋତ୍ତମପୁର, (୦୬/୦୯) : ପୁରୁଷୋତ୍ତମପୁର ଏନଏସି ସ୍ଥିତ ବସଷ୍ଟାଣ୍ଡ ନିକଟରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ...

ଆଜି ଗୁରୁ ଦିବସ, ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥ ପ୍ରଦର୍ଶକ

ରିପୋର୍ଟ : ଜଗଦୀଶ ଦାଶ ରାଇକିଆ, (୦୬/୦୯) : ଆଜି ପବିତ୍ର ଗୁରୁ ଦିବସ । କୁହାଯାଏ, ଗୁରୁ ବିନା ଜୀବନ ଅନ୍ଧକାର ବୋଲି...