Monday, September 9, 2024

ସୁବର୍ଣ୍ଣପୁର ର ବିଭିନ୍ନ ସମସ୍ୟାକୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ସୋନାଲି ବିଶି

Date:

Share post:

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୮) : ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ନେତ୍ରୀ ସୋନାଲି ବିଶି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କୁ ସାକ୍ଷାତ କରିବା ସହ ଏକ ଦାବିପତ୍ର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଛନ୍ତି ।

ସେ କହିଛନ୍ତି ଯେ ୨୪ ବର୍ଷ ର ପୁରୁଣା ସରକାର ଙ୍କ ଦୁରଦୃଷ୍ଟି ଅଭାବରୁ ସୁବର୍ଣ୍ଣପୁର ଜିଲ୍ଲା ଅବହେଳିତ ତଥା ଶ୍ରୀହୀନ ହୋଇ ପଡ଼ିଛି । ସୁବର୍ଣ୍ଣପୁର କୁ ମନ୍ଦିର ମାଳିନୀ ସହର ତଥା ଦ୍ଵିତୀୟ ବାରାଣାସୀ କୁହାଯାଏ l କାରଣ ଏଠାରେ ବହୁ ପୁରାତନ ମନ୍ଦିର ରହିଛି । ଏଠାରେ ପାତାଳୀ ଶ୍ରୀକ୍ଷେତ୍ରରେ ମହାପ୍ରଭୂ ଶ୍ରୀ ଜଗନ୍ନାଥ ୧୪୪ ବର୍ଷ ପାତାଳୀ ହୋଇଥିବା ଇତିହାସ ରୁ ଜଣାପଡେ । କିନ୍ତୁ ଏହି ପ୍ରମୁଖ ପୀଠ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅବହେଳିତହୋଇ ରହିଛି l ବିଖ୍ୟାତ ମା ମେଟାକାନୀଙ୍କ ପୀଠ ଅବହେଳିତ । ଦୂର ଦୁରାନ୍ତରରୁ ଆସୁଥିବା ଭକ୍ତ ସାମାନ୍ୟ ବର୍ଷା ହେଲେ ରହିବାକୁ ସ୍ଥାନ ନାହିଁ । ସେହିପରି ପ୍ରସିଦ୍ଧ ନବମ ଶତାଦ୍ଧି ର ବୈଦ୍ୟନାଥ ମନ୍ଦିର ର ରକ୍ଷଣାବେକ୍ଷଣ ସହ ସୁରକ୍ଷା ଦାବି କରିଛନ୍ତି l

ସେ ତାଙ୍କ ଦାବି ପତ୍ର ରେ ପୁରୁଣା ସରକାର ରାଜନୈତିକ ଉଦ୍ଦେଶ୍ୟ ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ସୋନପୁର ତଳ ମୁଣ୍ଡ ମହାନଦୀରେ ବ୍ୟାରେଜ୍ ନିର୍ମାଣ l ଏହି ଵ୍ୟାରେଜ୍ ହେଲେ ଚାଷୀଙ୍କ ଜମି କୁ ପାଣି ଓ ମାଛ ଉତ୍ପାଦନ ସହ କୈବର୍ତ୍ତ ମାନେ ଚିର ଉପକୃତ ହେବା ଜଳକ୍ରୀଡା ସହ ପର୍ଯ୍ୟଟନ ର ବ୍ୟାପକ ସୁଯୋଗ ସୃଷ୍ଟି ହୁଅନ୍ତା । ସୋନପୁର ସହରର ସମସ୍ତ ପ୍ରାଚୀନ ମନ୍ଦିର ର ପୁନରୁଦ୍ଧାର ସହ ଆକର୍ଷଣୀୟ କରାଯିବା। ପାତାଳୀ ଶ୍ରୀକ୍ଷେତ୍ର ପାଇଁ ଆସିଥିବା ରାଶି କୁ ବୃଦ୍ଧି କରି ଏକ ବଡ ପ୍ୟାକେଜ ଘୋଷଣା ସହ ରୋପ ୱେ, ପାର୍କ ସହ ଶିଶୁ ଖେଳନା ଟ୍ରେନ ବ୍ୟବସ୍ଥା ଏବଂ ପ୍ରତିଦିନ ଠେଙ୍ଗୋ ଡ୍ୟାମ୍ ଓ ପାତାଳୀ ଶ୍ରୀକ୍ଷେତ୍ର କୁ ସୋନପୁର ସହର ଓ ବୀରମହାରାଜପୁର ରୁ ବସ ସେବା ପ୍ରଦାନ, ପ୍ରମୁଖ ଦାବୀ ଉପସ୍ଥାପନା କରିଛନ୍ତି ।

Leave a Reply

spot_img

Related articles

ସବୁ ସହଜ ଜନସେବା କେନ୍ଦ୍ରରେ ହୋଇ ପାରିବ ‘ସୁଭଦ୍ରା’ ଯୋଜନାର ଅନଲାଇନ ଆବେଦନ : ବ୍ୟସ୍ତ ବିବ୍ରତ ନହେବାକୁ ବ୍ଲକ ପ୍ରଶାସନର ନିବେଦନ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ରାଜ୍ୟ ସରକାର ଆରମ୍ଭ କରିଥିବା' ସୁଭଦ୍ରା' ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା...

ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ, ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା, ଆବେଦନ ସମୟ ସୀମାର କୌଣସି ଅବଧି ନାହିଁ : ସୁବର୍ଣ୍ଣପୁର ଜିଲ୍ଲପାଳ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ 'ସୁଭଦ୍ରା’ ଯୋଜନା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ...

ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ଏକ ଡିଲର ଦୋକାନର ଉଦଘାଟନ ଅନୁଷ୍ଠିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ପୁରୁଷୋତ୍ତମପୁର, (୦୬/୦୯) : ପୁରୁଷୋତ୍ତମପୁର ଏନଏସି ସ୍ଥିତ ବସଷ୍ଟାଣ୍ଡ ନିକଟରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ...

ଆଜି ଗୁରୁ ଦିବସ, ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥ ପ୍ରଦର୍ଶକ

ରିପୋର୍ଟ : ଜଗଦୀଶ ଦାଶ ରାଇକିଆ, (୦୬/୦୯) : ଆଜି ପବିତ୍ର ଗୁରୁ ଦିବସ । କୁହାଯାଏ, ଗୁରୁ ବିନା ଜୀବନ ଅନ୍ଧକାର ବୋଲି...