Monday, September 9, 2024

ମୁରିବାହାଲ ଡ଼ିଗ୍ରୀ କଲେଜରେ ସପ୍ତାହ ବ୍ୟାପି ଚାଲିଥିବା ସ୍ଵତନ୍ତ୍ର ଜାତୀୟ ସେବା ଶିବିର ଉଦ୍ ଯାପିତ

Date:

Share post:

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୩/୦୯) : ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ଚାଲିଥିବା ସପ୍ତାହ ବ୍ୟାପି ସ୍ୱତନ୍ତ୍ର ଜାତୀୟ ସେବା ଶିବିର କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ସୋମବାର ଉଦ୍‌ଯାପିତ ହୋଇଯାଇଛି ।WhatsApp Image 2024 09 03 at 09.01.22 1 ମୁରିବାହାଲ ଡ଼ିଗ୍ରୀ କଲେଜରେ ସପ୍ତାହ ବ୍ୟାପି ଚାଲିଥିବା ସ୍ଵତନ୍ତ୍ର ଜାତୀୟ ସେବା ଶିବିର ଉଦ୍ ଯାପିତ

ଏହି ଅବସରରେ ପୂର୍ବରୁ ମହାବିଦ୍ୟାଳୟ ପରିସର ଓ ପୋଷ୍ୟ ଗ୍ରାମ ଘୁଷୁରାମୁଣ୍ଡା ଗ୍ରାମରେ ବୃକ୍ଷରୋପଣ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ଗୁଣସାଗର ମେହେର ଓ ସୋମେଶ ଦତ୍ତ ହୋତା ତଥା ମୁଖ୍ୟବକ୍ତା ଭାବେ ବରିଷ୍ଠ ଓଡିଆ ଅଧ୍ୟାପକ ଦିଲୀପ କୁମାର ପଶାୟତ ଯୋଗଦେଇ ସ୍ୱତନ୍ତ୍ର ଜାତୀୟ ସେବା ଶିବିରର ସ୍ୱତନ୍ତ୍ରତା ଉପରେ ବିସ୍ତୃତ ଆଲୋକପାତ କରିଥିଲେ । ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବ ଶେଷରେ ସମସ୍ତ ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।

ଜାତୀୟ ସେବା ଶିବିରର ପ୍ରୋଗ୍ରାମ୍‌ ଅଫିସର ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଭ୍ରିଙ୍ଗରାଜ ରଣା, ପ୍ରେମଚାନ୍ଦ ତାଣ୍ଡି, ପଙ୍କଜ ସାହୁ, ଫାଲଗୁନି ଦାସ, କୈଳାସ ଯାନୀ, ବାବୁଲାଲ ନାଏକ, ମୀରାବାଇ ଗଡତ୍ୟା, ଶୈଳିକା ନାୟକ, ସରିତା ରଣା, ଯଶୋସ୍ମିତା ବେହେରା, ପର୍ଶୁରାମ ବାଗଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସମସ୍ତ ସ୍ୱେଚ୍ଛାସେବୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।”

Leave a Reply

spot_img

Related articles

ସବୁ ସହଜ ଜନସେବା କେନ୍ଦ୍ରରେ ହୋଇ ପାରିବ ‘ସୁଭଦ୍ରା’ ଯୋଜନାର ଅନଲାଇନ ଆବେଦନ : ବ୍ୟସ୍ତ ବିବ୍ରତ ନହେବାକୁ ବ୍ଲକ ପ୍ରଶାସନର ନିବେଦନ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ରାଜ୍ୟ ସରକାର ଆରମ୍ଭ କରିଥିବା' ସୁଭଦ୍ରା' ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା...

ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ, ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା, ଆବେଦନ ସମୟ ସୀମାର କୌଣସି ଅବଧି ନାହିଁ : ସୁବର୍ଣ୍ଣପୁର ଜିଲ୍ଲପାଳ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ 'ସୁଭଦ୍ରା’ ଯୋଜନା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ...

ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ଏକ ଡିଲର ଦୋକାନର ଉଦଘାଟନ ଅନୁଷ୍ଠିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ପୁରୁଷୋତ୍ତମପୁର, (୦୬/୦୯) : ପୁରୁଷୋତ୍ତମପୁର ଏନଏସି ସ୍ଥିତ ବସଷ୍ଟାଣ୍ଡ ନିକଟରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ...

ଆଜି ଗୁରୁ ଦିବସ, ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥ ପ୍ରଦର୍ଶକ

ରିପୋର୍ଟ : ଜଗଦୀଶ ଦାଶ ରାଇକିଆ, (୦୬/୦୯) : ଆଜି ପବିତ୍ର ଗୁରୁ ଦିବସ । କୁହାଯାଏ, ଗୁରୁ ବିନା ଜୀବନ ଅନ୍ଧକାର ବୋଲି...