Monday, September 9, 2024

ଗୁଡିଘାଟ ଗ୍ରାମରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ସହ ନୂତନ କମିଟି ଗଠନ ସଭାପତି ରୂପେ ମୁକୁନ୍ଦ ବଗର୍ତ୍ତି ଓ ସମ୍ପାଦକ ରୂପେ ମିଶ୍ର ସାହୁ ମନୋନୀତ

Date:

Share post:

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୩/୦୯) :ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମର ଇନ୍ଦିରା ଯୁବକ ସଂଘ ଆନୁକୂଲ୍ୟରେ ଚଳିତ ବର୍ଷର ସାର୍ବଜନୀନ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବ୍ୟାସଦେବ ସା (ଲିପୁ) ଙ୍କ ସଭାପତିତ୍ୱରେ ଅନୁଷ୍ଠିତ । ଏହି ବୈଠକରେ ଇନ୍ଦିରା ଯୁବକ ସଂଘର ସମସ୍ତ ସଦସ୍ୟ ଯୋଗଦେଇଥିଲେ । ବିଗତ ବର୍ଷର ଆୟ ବ୍ୟୟ ସମ୍ପର୍କରେ ତଥା ଚଳିତ ବର୍ଷ ହେବାକୁ ଥିବା ଦୁର୍ଗାପୂଜାକୁ ଭବ୍ୟ ଓ ବହୁ ଆଡମ୍ବରରେ କରିବା ପାଇଁ ବ୍ୟାପକ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା । ନୂତନ କମିଟିର ସଭାପତି ରୂପେ ମକୁନ୍ଦ ବଗର୍ତ୍ତି, ଉପସଭାପତି ସୌରଭ ସିଂ ମାଝୀ, ସମ୍ପାଦକ ମିଶ୍ର ସାହୁ, ସହ ସମ୍ପାଦକ ଉମେଶ ସେଟ, କୋଷାଧ୍ୟକ୍ଷ ବ୍ୟାସଦେବ ସା, ଉପକୋଷାଧ୍ୟକ୍ଷ ଭାବେ ଆରାଧନା ସିଂ ମାଝୀ ମନୋନୀତ ହୋଇଥିଲେ । ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ ସଦସ୍ୟ ଶେଷଦେବ ସା, ମନୋଜ ଦରୱାନ, ମୁକେଶ ପୁଟେଲ, ଅନ୍ତର୍ଯ୍ୟାମୀ ନାୟକ, କୌଶିକ ମାଝୀ, ଭୁବନ ପାଣ୍ଡେ, ଆକାଶ ପୁଟେଲ, ପିଣ୍ଟୁ ମହାନ୍ତି ପ୍ରମୁଖଙ୍କ ସହ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।”

Leave a Reply

spot_img

Related articles

ସବୁ ସହଜ ଜନସେବା କେନ୍ଦ୍ରରେ ହୋଇ ପାରିବ ‘ସୁଭଦ୍ରା’ ଯୋଜନାର ଅନଲାଇନ ଆବେଦନ : ବ୍ୟସ୍ତ ବିବ୍ରତ ନହେବାକୁ ବ୍ଲକ ପ୍ରଶାସନର ନିବେଦନ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ରାଜ୍ୟ ସରକାର ଆରମ୍ଭ କରିଥିବା' ସୁଭଦ୍ରା' ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା...

ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ, ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା, ଆବେଦନ ସମୟ ସୀମାର କୌଣସି ଅବଧି ନାହିଁ : ସୁବର୍ଣ୍ଣପୁର ଜିଲ୍ଲପାଳ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ 'ସୁଭଦ୍ରା’ ଯୋଜନା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ...

ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ଏକ ଡିଲର ଦୋକାନର ଉଦଘାଟନ ଅନୁଷ୍ଠିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ପୁରୁଷୋତ୍ତମପୁର, (୦୬/୦୯) : ପୁରୁଷୋତ୍ତମପୁର ଏନଏସି ସ୍ଥିତ ବସଷ୍ଟାଣ୍ଡ ନିକଟରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ...

ଆଜି ଗୁରୁ ଦିବସ, ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥ ପ୍ରଦର୍ଶକ

ରିପୋର୍ଟ : ଜଗଦୀଶ ଦାଶ ରାଇକିଆ, (୦୬/୦୯) : ଆଜି ପବିତ୍ର ଗୁରୁ ଦିବସ । କୁହାଯାଏ, ଗୁରୁ ବିନା ଜୀବନ ଅନ୍ଧକାର ବୋଲି...