Monday, September 9, 2024

ସୁବର୍ଣ୍ଣପୁର ଜିଲ୍ଲା ପୁଲିସ୍ ବୀର ସୁରେନ୍ଦ୍ର ସାଏ ରକ୍ତ କେନ୍ଦ୍ର ଦ୍ଵାରା ସମ୍ବର୍ଦ୍ଧିତ

Date:

Share post:

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୩/୦୯) : ସୁବର୍ଣ୍ଣପୁର ଜିଲ୍ଲା ପୁଲିସ୍ କୁ ରକ୍ତ ଦାନ କ୍ଷେତ୍ର ରେ ଅତୁଳନୀୟ ସେବା ହେତୁ ମିଳିଛି ସମ୍ମାନ ପତ୍ର ।WhatsApp Image 2024 09 03 at 22.03.12 ସୁବର୍ଣ୍ଣପୁର ଜିଲ୍ଲା ପୁଲିସ୍ ବୀର ସୁରେନ୍ଦ୍ର ସାଏ ରକ୍ତ କେନ୍ଦ୍ର ଦ୍ଵାରା ସମ୍ବର୍ଦ୍ଧିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ପୁଲିସ କୁ ବୀର ସୁରେନ୍ଦ୍ର ସାଏ ରକ୍ତ କେନ୍ଦ୍ର ର ନିର୍ଦ୍ଦେଶିକା ଡା. ଅନୂପା ଟପୋ ଜିଲ୍ଲା ପୁଲିସ ର ରକ୍ତ ସଂଯୋଜକ ମନୋଜ ପଣ୍ଡା ଙ୍କୁ ମାନପତ୍ର ଓ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଦିତ କରିଛନ୍ତି । ଜିଲ୍ଲା ପୁଲିସ ୨୦୨୨-୨୦୨୩ ରେ ସର୍ବାଧିକ ରକ୍ତ ସଂଗ୍ରହ କରି ସମଗ୍ର ପୁଲିସ ଜିଲ୍ଲା ରେ ଏକ ନମ୍ବର ହୋଇ ଥିଲା । ରୋଗୀଙ୍କ ପରିଜନ ଙ୍କୁ ରକ୍ତ ଯୋଗାଇବା ତଥା ରୋଗୀଙ୍କୁ ରକ୍ତ ଦେବାର ଏ ମାନବୀୟ ସେବା ଗୁଣ ଲୋକଙ୍କ ପାଖ ରେ ପୁଲିସ୍ କୁ ଆସ୍ତା ଭାଜନ କରିପାରିଛି । ବୌଦ୍ଧ, ଫୁଲବାଣୀ ଅନୁଗୁଳ ତଥା ଅନ୍ୟ ରୋଗୀ ଙ୍କ ପରିଜନ ଙ୍କୁ ଜିଲ୍ଲା ଆରକ୍ଷୀ ବାହିନୀର ଯବାନ ମାନେ ରକ୍ତ ଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ପୁଲିସ୍ ର ମାନବୀୟ ସେବା ରକ୍ତ ଦାନ ଆଗାମୀ ଦିନରେ ରକ୍ତ ଦାନ ପ୍ରତି ଏକ ଆନ୍ଦୋଳନ ସୃଷ୍ଟି କରିବ ବୋଲି ଜିଲ୍ଲା ରକ୍ତଦାତା ସଂଘ ର ସଂଯୋଜକ ମନୋଜ ପଣ୍ଡା କହିଛନ୍ତି ।

Leave a Reply

spot_img

Related articles

ସବୁ ସହଜ ଜନସେବା କେନ୍ଦ୍ରରେ ହୋଇ ପାରିବ ‘ସୁଭଦ୍ରା’ ଯୋଜନାର ଅନଲାଇନ ଆବେଦନ : ବ୍ୟସ୍ତ ବିବ୍ରତ ନହେବାକୁ ବ୍ଲକ ପ୍ରଶାସନର ନିବେଦନ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ରାଜ୍ୟ ସରକାର ଆରମ୍ଭ କରିଥିବା' ସୁଭଦ୍ରା' ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା...

ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ, ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା, ଆବେଦନ ସମୟ ସୀମାର କୌଣସି ଅବଧି ନାହିଁ : ସୁବର୍ଣ୍ଣପୁର ଜିଲ୍ଲପାଳ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ 'ସୁଭଦ୍ରା’ ଯୋଜନା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ...

ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ଏକ ଡିଲର ଦୋକାନର ଉଦଘାଟନ ଅନୁଷ୍ଠିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ପୁରୁଷୋତ୍ତମପୁର, (୦୬/୦୯) : ପୁରୁଷୋତ୍ତମପୁର ଏନଏସି ସ୍ଥିତ ବସଷ୍ଟାଣ୍ଡ ନିକଟରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ...

ଆଜି ଗୁରୁ ଦିବସ, ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥ ପ୍ରଦର୍ଶକ

ରିପୋର୍ଟ : ଜଗଦୀଶ ଦାଶ ରାଇକିଆ, (୦୬/୦୯) : ଆଜି ପବିତ୍ର ଗୁରୁ ଦିବସ । କୁହାଯାଏ, ଗୁରୁ ବିନା ଜୀବନ ଅନ୍ଧକାର ବୋଲି...