Monday, September 9, 2024

ବାର୍ଡ ଫ୍ଲୁ ସଂକ୍ରମଣ; ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍

Date:

Share post:

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୯/୦୪) : ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପୁଥିବା ବେଳେ ଦିନେ ଦୁଇ ଦିନ ଭିତରେ ତଦାରଖ ପାଇଁ ଓଡ଼ିଶା ଆସିବ ସେଣ୍ଟ୍ରାଲ ଟିମ ।

ବାର୍ଡ଼ ଫ୍ଲୁ ବ୍ୟାପିଥିବା ଅଞ୍ଚଳ ବୁଲିବା ସହସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ବାର୍ଡ଼ ଫ୍ଲୁ ପାଇଁ ରାଜ୍ୟରେ ନିଆ ଯାଇଥିବା ପଦକ୍ଷେପ ନେଇ ପ୍ରଥମ ଦିନରୁ ହିଁ ସେଣ୍ଟ୍ରାଲ ଟିମକୁ ଅବଗତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ନେଇ ଏଯାଏଁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୌଣସି ସୂଚନା ଆସିନାହିଁ । ସେମାନେ କେନ୍ଦ୍ରାପଡ଼ାରେ କୁକୁଡ଼ା ମଡ଼କ ପରେ ପ୍ରାଣୀ ସାମ୍ପଲ ଟେଷ୍ଟ ପାଇଁ ପଠାଇଛନ୍ତି । ତେବେ ଏଯାଏଁ ମଣିଷଙ୍କ ପାଖକୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନି । ପୂର୍ବରୁ ପରୀକ୍ଷା ପାଇଁ ପଠାଯାଇଥିବା ସନ୍ଦିଗ୍ଧ ନମୁନା ନେଗେଟିଭ ଆସିଛି । ତେବେ ବାର୍ଡ ଫ୍ଲୁ ନେଇ ସତର୍କ ରହିବାକୁ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି । କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା ସଂସ୍ପର୍ଶରେ ଆସୁଥିବା ଲୋକ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave a Reply

spot_img

Related articles

ସବୁ ସହଜ ଜନସେବା କେନ୍ଦ୍ରରେ ହୋଇ ପାରିବ ‘ସୁଭଦ୍ରା’ ଯୋଜନାର ଅନଲାଇନ ଆବେଦନ : ବ୍ୟସ୍ତ ବିବ୍ରତ ନହେବାକୁ ବ୍ଲକ ପ୍ରଶାସନର ନିବେଦନ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ରାଜ୍ୟ ସରକାର ଆରମ୍ଭ କରିଥିବା' ସୁଭଦ୍ରା' ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା...

ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ, ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା, ଆବେଦନ ସମୟ ସୀମାର କୌଣସି ଅବଧି ନାହିଁ : ସୁବର୍ଣ୍ଣପୁର ଜିଲ୍ଲପାଳ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ 'ସୁଭଦ୍ରା’ ଯୋଜନା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ...

ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ଏକ ଡିଲର ଦୋକାନର ଉଦଘାଟନ ଅନୁଷ୍ଠିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ପୁରୁଷୋତ୍ତମପୁର, (୦୬/୦୯) : ପୁରୁଷୋତ୍ତମପୁର ଏନଏସି ସ୍ଥିତ ବସଷ୍ଟାଣ୍ଡ ନିକଟରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ...

ଆଜି ଗୁରୁ ଦିବସ, ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥ ପ୍ରଦର୍ଶକ

ରିପୋର୍ଟ : ଜଗଦୀଶ ଦାଶ ରାଇକିଆ, (୦୬/୦୯) : ଆଜି ପବିତ୍ର ଗୁରୁ ଦିବସ । କୁହାଯାଏ, ଗୁରୁ ବିନା ଜୀବନ ଅନ୍ଧକାର ବୋଲି...