Monday, September 9, 2024

କଚାଡ଼ି ଦେଲା ଦନ୍ତା, ଆଖି ବୁଜିଦେଲେ ଯୁବକ

Date:

Share post:

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୦୪/୦୯) : ଦନ୍ତା ହାତୀ ଉତ୍ପାତ ଯୋଗୁ କଲବଲ ହେଉଥିଲେ ଗ୍ରାମବାସୀ । ବନ କର୍ମଚାରୀଙ୍କ ସହ ମିଶି ଦନ୍ତା ହାତୀକୁ ଘଉଡ଼ାଉଥିଲେ ଯୁବକ । ମାତ୍ର ହଠାତ୍‌ ହାତୀଟି ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି । ଏପରି ଏକ ଘଟଣା ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁତା ଗ୍ରାମରେ ଘଟିଛି । ମୃତ ଯୁବକଜଣକ ହେଲେ କୁଲୁକୁତା ଗ୍ରାମର ଗୋବିନ୍ଦ ମୁଣ୍ଡା । ଏକ ଗୋଠଛଡ଼ା ଦନ୍ତାହାତୀ କୁଲୁକୁତା ଗ୍ରାମରେ ଦୁଇ ଦିନ ଧରି ଉତ୍ପାତ ଚଳାଇଥିଲା । ହାତୀ ଭୟରେ ଲୋକେ ଘରୁ ବାହାରି ପାରୁ ନ ଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚିଥିବା ବେଳେ ଗ୍ରାମବାସୀଙ୍କ ସହ ମିଳିତ ଭାବେ ହାତୀଟିକୁ ଘଉଡ଼ାଉ ଥିଲେ । ଉକ୍ତ ସମୟରେ ହାତୀଟି ଗୋବିନ୍ଦ ମୁଣ୍ଡାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା । ପରେ ସେ ଗୁରୁତର ହୋଇ ପଡ଼ିଥିବାରୁ ତାଙ୍କୁ ବନବିଭାଗ ସଙ୍ଗେ ସଙ୍ଗେ ବଣାଇ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘଷଣା କରିଥିଲେ ।

Leave a Reply

spot_img

Related articles

ସବୁ ସହଜ ଜନସେବା କେନ୍ଦ୍ରରେ ହୋଇ ପାରିବ ‘ସୁଭଦ୍ରା’ ଯୋଜନାର ଅନଲାଇନ ଆବେଦନ : ବ୍ୟସ୍ତ ବିବ୍ରତ ନହେବାକୁ ବ୍ଲକ ପ୍ରଶାସନର ନିବେଦନ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ରାଜ୍ୟ ସରକାର ଆରମ୍ଭ କରିଥିବା' ସୁଭଦ୍ରା' ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା...

ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ, ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା, ଆବେଦନ ସମୟ ସୀମାର କୌଣସି ଅବଧି ନାହିଁ : ସୁବର୍ଣ୍ଣପୁର ଜିଲ୍ଲପାଳ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ 'ସୁଭଦ୍ରା’ ଯୋଜନା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ...

ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ଏକ ଡିଲର ଦୋକାନର ଉଦଘାଟନ ଅନୁଷ୍ଠିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ପୁରୁଷୋତ୍ତମପୁର, (୦୬/୦୯) : ପୁରୁଷୋତ୍ତମପୁର ଏନଏସି ସ୍ଥିତ ବସଷ୍ଟାଣ୍ଡ ନିକଟରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ...

ଆଜି ଗୁରୁ ଦିବସ, ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥ ପ୍ରଦର୍ଶକ

ରିପୋର୍ଟ : ଜଗଦୀଶ ଦାଶ ରାଇକିଆ, (୦୬/୦୯) : ଆଜି ପବିତ୍ର ଗୁରୁ ଦିବସ । କୁହାଯାଏ, ଗୁରୁ ବିନା ଜୀବନ ଅନ୍ଧକାର ବୋଲି...