ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୩/୦୯) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅବକାରୀ ବିଭାଗ ପକ୍ଷରୁ ବିନିକା ବ୍ଲକ ଫୁଲମୁଠି ରାସ୍ତାରେ ଚଢାଉ କରି ୨୪ ଲିଟର ମଦ ଜବତ କରିବା ଶହ ଦୁଇଜଣ କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ ବିନିକା ଏବଂ ସୋନପୁର ଅବକାରୀ ଟିମ ମିଳିତ ଭାବରେ ପେଟ୍ରୋଳିଂ କରୁଥିବା ବେଲେ ସେହି ସମୟରେ ଫୁଲମୁଠି ରାସ୍ତାରେ ଦୁଇଜଣ ବ୍ୟକ୍ତି ମଦ ଧାରି ଯାଉଥିବା ସନ୍ଦେହରେ ଅଟକାଇଥିଲେ । ସେଠାରେ ଯାଞ୍ଚ କଲାପରେ ଉଭୟଙ୍କ ପାଖରୁ ୧୪ ଲିଟର ଏବଂ ୧୦ ଲିଟର ମଦ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲେ । ଉଭୟେ ହେଲେ ପ୍ରଶାନ୍ତ ଛତ୍ରିଆ ଏବଂ କେଶବ ବାଗ ଅଟନ୍ତି । ଉଭୟ ଙ୍କ ନାମରେ ବିନିକା ଏବଂ ସୋନପୁର ରେଞ୍ଜରେ ଦୁଇଟି ମାମଲା ରୁଜୁ ହୋଇଛି । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ବଲବିର ଗଡନାୟକ୍ ସୂଚନା ଦେଇଛନ୍ତି ।