Monday, September 9, 2024

ନିଶା ବଟିକା ଓ କଫ ଶିରଫ ବିକ୍ରି ଅଭିଯୋଗରେ ଔଷଧ ଦୋକାନ ମାଲିକ ଗିରଫ, କରାଗଲା କୋର୍ଟ ଚାଲାଣ

Date:

Share post:

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ଼, (୧୨/୦୯) : ସୋମବାର ସନ୍ଧ୍ୟାରେ ସର୍ଗିଗୁଡ଼ା ନିକଟସ୍ଥ ବଜାଜ ସୋରୁମ ପାଖରେ ଥିବା ଆଇସା ଔଷଧ ଦୋକାନରେ ଏଗଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଚଢ଼ାଉ କରାଯାଇଥିଲା ।

ସେହି ଦୋକାନରୁ ୭୪ ଟି ପ୍ରୋକ୍ସିମୋ ସ୍ପାସ, ୨୩୯ ଗୋଟି ସ୍ପାସମୋ ପ୍ରୋକ୍ସିଭୋନ ପ୍ଲସ,୨୪୭ ଟି ଏଲପ୍ରାକ୍ସ ୦.୫, ୧୦ ଟି ପି ନେଇଟ୍ରା, ୧୮ ଗୋଟି ଏସକଫ ଡି ଏକ୍ସ କଫ ସୀରଫ, ନଗଦ ୨୭୦୦ ଟଙ୍କା ଜବତ କରିଥିଲେ। ମଙ୍ଗଳବାର ଅପରାହ୍ନରେ ଟିଟିଲାଗଡ଼ ଥାନାରେ ଏ ନେଇ ଡିଏସପି ଶ୍ରୀମତି ଅଙ୍କିତା କୁମ୍ଭାର ଏବଂ ଥାନାଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଏକ ସାମ୍ୱାଦିକ ସମ୍ମିଳନୀରେ ବିସ୍ତୃତ ସୁଚନା ପ୍ରଦାନ କରିଥିଲେ ।

ଯାହାକି ସହର ଓ ଆଖପାଖ ଅଞ୍ଚଳର ନିଶା କରୁଥିବା ଯୁବକଙ୍କୁ ଏବଂ ପାଖ ଜିଲ୍ଲା ତଥା ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ଚାଲାଣ ହେଉଥିବା କହିଛନ୍ତି । ଏହି ଚଢାଉରେ ଥାନାଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ, ଏସ ଆଇ ପି କେ ଦୁରିଆ, ଏସ ଆଇ ଦେବାଶିଷ ଶତପଥୀ, ଏ ଏସ ଆଇ ଏମ କେ ବିଶି, ଏସ କେ ପାଣିଗ୍ରାହୀ, ଏ ଏସ ଆଇ କାର୍ତ୍ତିକ ପ୍ରଧାନ ସାମିଲ ହୋଇଥିଲେ। ଦୋକାନ ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଟିଟିଲାଗଡ଼ରୁ ସନ୍ତୋଷ କୁମାର ନାୟକଙ୍କ ରିପୋର୍ଟ।

Leave a Reply

spot_img

Related articles

ସବୁ ସହଜ ଜନସେବା କେନ୍ଦ୍ରରେ ହୋଇ ପାରିବ ‘ସୁଭଦ୍ରା’ ଯୋଜନାର ଅନଲାଇନ ଆବେଦନ : ବ୍ୟସ୍ତ ବିବ୍ରତ ନହେବାକୁ ବ୍ଲକ ପ୍ରଶାସନର ନିବେଦନ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ରାଜ୍ୟ ସରକାର ଆରମ୍ଭ କରିଥିବା' ସୁଭଦ୍ରା' ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା...

ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ, ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା, ଆବେଦନ ସମୟ ସୀମାର କୌଣସି ଅବଧି ନାହିଁ : ସୁବର୍ଣ୍ଣପୁର ଜିଲ୍ଲପାଳ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୦୬/୦୯) : ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ 'ସୁଭଦ୍ରା’ ଯୋଜନା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ...

ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ଏକ ଡିଲର ଦୋକାନର ଉଦଘାଟନ ଅନୁଷ୍ଠିତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ପୁରୁଷୋତ୍ତମପୁର, (୦୬/୦୯) : ପୁରୁଷୋତ୍ତମପୁର ଏନଏସି ସ୍ଥିତ ବସଷ୍ଟାଣ୍ଡ ନିକଟରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ...

ଆଜି ଗୁରୁ ଦିବସ, ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥ ପ୍ରଦର୍ଶକ

ରିପୋର୍ଟ : ଜଗଦୀଶ ଦାଶ ରାଇକିଆ, (୦୬/୦୯) : ଆଜି ପବିତ୍ର ଗୁରୁ ଦିବସ । କୁହାଯାଏ, ଗୁରୁ ବିନା ଜୀବନ ଅନ୍ଧକାର ବୋଲି...