ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଫୁଲବାଣୀ, (୦୪/୦୯) : ଫୁଲବାଣୀ ବନ ବିଭାଗକୁ ବଡ ସଫଳତା । ବାଘ ଛାଲ ଡିଲ୍ ବେଳେ ବନ ବିଭାଗ ହାତରେ ଧରା ପଡିଲେ ଶିକାରୀ। ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ର ଟିମ୍ ଗୁଦାରୀ ଗ୍ରାମ ନିକଟରେ ଦୁଇଟି ବାଇକ୍ ରେ ତିନି ଜଣ ବାଘ ଛାଲ ମାଫିଆ ଡ଼ିଲ କରୁଥିବା ସମୟରେ ମାଡ଼ି ବସିଥିଲେ ।
ସର୍ଚ୍ଚ କଲାବେଳେ ସେମାନଙ୍କ ପାଖରୁ ଏକ ବୟସ୍କ କଲର ପତରିଆ ବାଘ ଛାଲ ସହ ଗୋଟିଏ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, କୁଟୁରା ମୁଣ୍ଡର ଶିଙ୍ଗ, ଛୁରା ଓ ବନ୍ଧୁକ ପାଉଡର ସହ ଦୁଇ ବାଇକ୍ ଜବତ ହୋଇଛି । ଏଥିରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ତିନି ଅଭିଯୁକ୍ତ ହେଲେ ,ସଞ୍ଜୟ ମଲ୍ଲିକ, ତ୍ରିନାଥ ମଲ୍ଲିକ ଓ ପ୍ରଭାତ କହଁର । ସେମାନଙ୍କ ନାମରେ ଅନ୍ୟ କେଉଁ ମାମଲା ରହିଛି, ତାକୁ ନେଇ ଖୋଳତାଡ କରୁଛି ବନ ବିଭାଗ । ଆଗାମୀ ଦିନରେ ବାଘ ଛାଲ ମାଫିଆ ଓ ଶିକାରୀ ମାନଙ୍କୁ ଧରିବା ପାଇଁ ଟିମ୍ ଗଠନ କରାଯାଇଥିବା ଫୁଲବାଣୀ ବନ ବିଭାଗ ଅଧିକାରୀ ପ୍ରଶାନ୍ତ ପଟେଲ କହିଛନ୍ତି।