Friday, March 29, 2024

Top 5 This Week

Related Posts

ମାସିକ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ ପାଇଁ ଲାଞ୍ଚ, ବିଭାଗୀୟ ସଚିବ ଦୃଷ୍ଟି ଦେବାକୁ ଦାବି ?

ରିପୋର୍ଟ: ସନ୍ତୋଷ କୁମାର ନାୟକ //
ଟିଟିଲାଗଡ, ତା୧୪-୦୭): ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଭାଟିପଡା ଗ୍ରାମ ର ମିଥିଳା ସିଂ ନାମ୍ନୀ ଜଣେ ବୃଦ୍ଧା ବାରମ୍ବାର ଆବେଦନ, ନିବେଦନ କରି ଅସହାୟ ଅବସ୍ଥାରେ ପରିଣତ ବୟସରେ ପହଞ୍ଚି ସାରିଛନ୍ତି ହେଲେ ତାଙ୍କୁ ସରକାରୀ ବାର୍ଦ୍ଧକ୍ୟ ଭତ୍ତା ମିଳି ପ୍ରଶାସନ ତରଫରୁ ପ୍ରଦାନ କରାଯାଉ ନାହିଁ ।

ବାର୍ଦ୍ଧକ୍ୟ ଭତ୍ତା: ଦାବୀ ମୁତାବକ ଟିଟିଲାଗଡ ବ୍ଲକ ସମାଜ କଲ୍ୟାଣ ଅଧିକାରୀଙ୍କୁ ଲାଞ୍ଚ ଟଙ୍କା ନ ଦେଇ ପାରିବା ଯୋଗୁଁ ତାଙ୍କୁ ଏପରି ହଟହଟା କରାଯାଉଥିବା ଅଭିଯୋଗ ହୋଇଛି । ଦୁଇ,ତିନି ହଜାର ଟଙ୍କା ଲେଖାଏଁ ଅନ୍ୟ ମାନେ ଦେଇ ଭତା ଯୋଜନାରେ ସାମିଲ ହୋଇପାରିଥିବା ଅନ୍ୟ ମାନେ ତାଙ୍କ ପରେ ଆବେଦନ କରି ପାଇ ପାରି ଥିବା ବେଳେ,ଶ୍ରୀମତୀ ମିଥିଳା ଟଙ୍କା ଦେବାକୁ ଅକ୍ଷମ ଥିବାରୁ ତାଙ୍କୁ ଏପରି ଦୁର୍ଦ୍ଦଶା ର ଶିକାର ହେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ।

ଏପରି କି ସେ ବଲାଙ୍ଗୀର ଜିଲ୍ଲାପାଳ ଙ୍କୁ ଅଭିଯୋଗ ଶୁଣାଣି ସମୟରେ ପ୍ରାୟ ୫ ଥର ଆବେଦନ କରିବା ଓ ଜିଲ୍ଲାପାଳ ଟିଟିଲାଗଡ ଉପଜିଲ୍ଲାପାଳ ଙ୍କୁ ଭତା ମଞ୍ଜୁର କରିବା ନିମନ୍ତେ ନିର୍ଦ୍ଦେଶ ଦେବା ଏବଂ ଉପଜିଲ୍ଲାପାଳ ଟିଟିଲାଗଡ ବ୍ଲକ କୁ ଉକ୍ତ ଅଭିଯୋଗ ପତ୍ର ପ୍ରେରଣ କରି ନିଜ ଦାଇତ୍ୱ ଶେଷ କରିଦେଉ ଥିବା ବେଳେ ପୁନଃ ସେହିପରି ବ୍ଲକ କୁ ଧାଇଁ, ଧାଇଁ ନିରାଶ ହେବା ସାର ହୋଇଆସୁଛି । ପ୍ରଶାସନ ଉପରେ ଶେଷରେ ଆସ୍ଥା ହରେଇ ଏବେ ଦୁର୍ଦ୍ଦିନରେ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି ।

ଉକ୍ତ ସରକାରୀ ଯୋଜନା କୁ ଚାତକ ପକ୍ଷୀ ପରି ଚାହିଁ ରହି ନିରାଶ ହୋଇ ଥିବା ଅସହାୟ ବୃଦ୍ଧା ମିଥିଳା ଙ୍କୁ ସେ ବଞ୍ଚି ଥିବା ଅବସ୍ଥାରେ କିପରି ଉକ୍ତ ଯୋଜନା ରୁ ଉପକୃତ ହେବେ ସେ ଦିଗରେ ବିଭାଗୀୟ ସଚିବ ନିଜେ ଦୃଷ୍ଟି ଦେଇ ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ଜନସେବା ସଙ୍ଘ ତରଫରୁ ଦୃଢ ଦାବୀ ହୋଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles