Friday, March 29, 2024

Top 5 This Week

Related Posts

ଆର.ସେ.ଟି. ବଲାଙ୍ଗୀର ର ବାରପୁଡୁଗିଆ ଠାରେ ଦଶ ଦିନିଆ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଆରମ୍ଭ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,(୦୪/୧୦) : ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଠାରେ ତା ୨୮.୦୯.୨୦୨୧ ରୁ ଆର.ସେ.ଟି. ଦ୍ୱାରା ଏକ ଦଶ ଦିନିଆ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି |

ତାଲିମ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ତାଲିମ ଗ୍ରହୀତା ମାନଙ୍କୁ ଅଦ୍ୟ ଆର.ସେ.ଟି. ଦ୍ୱାରା ତା ୦୨/୧୦/୨୦୨୧ ଦିନ ପାଟଣାଗଡ ବ୍ଲକ ର ଭଏସା ଗ୍ରାମର ଅଜୁ ବିଜୁ ଫାର୍ମ କୁ କ୍ଷେତ୍ର ପରିଦର୍ଶନ ରେ ନିଆ ଯାଇଥିଲା | ପ୍ରଶିକ୍ଷକ ଶ୍ରୀ ସୂର୍ଯ୍ୟମଣି ପଧାନ କ୍ଷେତ୍ର ପରିଦର୍ଶନ ମହତ୍ୱ ବିଷୟରେ ଆଲୋକପାତ କରିବା ସହିତ ସେମାଙ୍କୁ ଉତ୍ସାହିତ ଓ ଅଭିପ୍ରେରିତ କରିଥିଲେ | ଆହୁରି ମଧ୍ୟ ଶ୍ରୀ ତୀର୍ଥବ ବାଗ (ବି.ପି.ଏମ) ବଲାଙ୍ଗୀର ବ୍ଲକ ତାଲିମ ଗ୍ରହୀତା ମାନଙ୍କୁ ଛତୁ ଚାଷରେ ନିଶ୍ଚିତ ଉନ୍ନତି ପାଇଁ ଉପଦେଶ ଦେଇଥିଲେ |

ତାଲିମ ଦାତା ଶ୍ରୀ ଅକ୍ଷୟ କୁମାର ସ୍ୱାଇଁ ଥିଓରୀ ପାଠକୁ ପ୍ରାକଟିକାଲ ମାଧ୍ୟମରେ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କଲେ | ଏହି କାର୍ଯ୍ୟକ୍ରମରେ ବାରପୁଡୁଗିଆ ପଞ୍ଚାୟତର କରଲାପିଟା, କେରମେଲୀ ଓ ବାରପୁଡୁଗିଆ ଗ୍ରାମର ୩୫ ଜଣ ସ୍ୱୟଂ ସହାୟକ ଦଳର ସଦସ୍ୟା ଯୋଗ ଦେଇଥିଲେ |

Popular Articles