ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୯/୦୬) : ଗୁରୁବାର କଟକ ଉପର ବାଲିଯାତ୍ରା ପଡିଆରେ ଆଦିବାସୀ ମେଳାର ଉଦଘାଟନ ହୋଇଯାଇଛି। ତେବେ ଏହି ମେଳାଟି ଆଦିବାସୀ ଲୋକ ମାନଙ୍କୁ ପ୍ରୋତ୍ସାହିତ କରିବା ସହ ତାଙ୍କୁ ସ୍ବାବଲମ୍ବୀ କରିବ ଏବଂ ଯେଉଁ ଜିନିଷଗୁଡ଼ିକ ସହର ମଧ୍ୟରେ ମିଳୁନାହିଁ ତାହା ଏହି ମେଳା ଦ୍ଵାରା ସହର ବାସୀଙ୍କୁ ବିନା କ୍ଳେଶରେ ମିଳିବ ।
ଏହି ଆଦିବାସୀ ମେଳା ରେ ଅନେକ ଆଦିବାସୀ ଜାତୀୟ ଜିନିଷ ଯଥା ଘଣା ସୋରିଷ ତେଲ ଆଦିବାସୀ ଜାତୀୟ ବିଭିନ୍ନ କାରୁକାର୍ଯ୍ୟର ଆସବାବପତ୍ର, ବିଭିନ୍ନ ଔଷଧୀୟ ଜାତୀୟ ଜଡ଼ି ବୁଟି ଏବଂ ହାତ ତିଆରି ଲୁଗା ଇତ୍ୟାଦି ରହିଛି । ତେବେ ଏହା ସହର ବାସିଙ୍କ ମନୋରଞ୍ଜନ କରିବା ସହ ଆଦିବାସୀ ବ୍ୟବସାଇ ମାନେ ଭଲ ଦୁଇ ପଇସା ଲାଭ କରିବେ ବୋଲି ଆଶା ପ୍ରକଟ କରିଛନ୍ତି । ଏହାରି ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଆଦିବାସୀ ନୃତ୍ୟ ।