Monday, October 14, 2024

ଆଜି ଗୁରୁ ଦିବସ, ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥ ପ୍ରଦର୍ଶକ

Date:

Share post:

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୬/୦୯) : ଆଜି ପବିତ୍ର ଗୁରୁ ଦିବସ । କୁହାଯାଏ, ଗୁରୁ ବିନା ଜୀବନ ଅନ୍ଧକାର ବୋଲି ମଧ୍ୟ କୁହାଯାଏ ।WhatsApp Image 2024 09 06 at 13.34.27 ଆଜି ଗୁରୁ ଦିବସ, ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥ ପ୍ରଦର୍ଶକ

ଜୀବନର ପ୍ରଥମ ପଥ ପ୍ରଦର୍ଶକ ହେଉଛନ୍ତି ଗୁରୁ । ସେ ହେଉଛନ୍ତି ସାକ୍ଷାତ ଇଶ୍ବର । ଗୁର ଅର୍ଥ ଅନ୍ଧକାର ଏବଂ ରୁ ର ଅର୍ଥ ଆଲୋକ । ସେଥିପାଇଁ ତ କୁହାଯାଏ ଅନ୍ଧକାରରୁ ଆଲେକର ପ୍ରଦୀପ ଜାଳନ୍ତି ଗୁରୁ । କୁହାଯାଏ ଗୁରୁଙ୍କୁ ନମଳିବ ନର ଗୁରୁ ହିଁ ସାକ୍ଷାତ ଇଶ୍ବର । ଆଜି ପବିତ୍ର ଗୁରୁ ଦିବସ ଉପଲକ୍ଷେ ଶିକ୍ଷକଙ୍କ ଭୂମିକାକୁ ମନେ ପକାଉଛି ସାରା ଦେଶ । ଗୁରୁ ଶିଷ୍ୟର ସମ୍ପକ ବହୁତ ପୁରୁଣା । ତାଙ୍କୁ ବ୍ରହ୍ମା-ବିଷ୍ଣୁ-ମହେଶ୍ବର ସହିତ ତୁଳନା କରାଯାଏ ।

କାହିଁକି ପାଳନ କରାଯାଏ ଗୁରୁ ଦିବସ- ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣୱଙ୍କ ପୂଣ୍ୟତିଥି । ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ଜନ୍ମ ହୋଇଥିଲେ ସେ । ତେବେ ତାଙ୍କ ଜୀବନକାଳରେ ରାଧାକ୍ରିଷ୍ଣନ ମହାନ ଆଦର୍ଶ ଶିକ୍ଷକ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଏ । ତାଙ୍କ ଶିକ୍ଷକ ଜୀବନରେ ତାଙ୍କୁ ତାଙ୍କ ଛାତ୍ରମାନେ ଜନ୍ମଦିନ ପାଳନ କରିବା ନେଇ ଅନୁମତି ମାଗିଥିଲେବୋଲି ସ୍କୁଲର ସାର୍ ମାନେ କହି ଥିଲେ।କିନ୍ତୁ ସେ ମନା କରି ଏକ ସର୍ତ୍ତ ରଖିଥିଲେ ।

ସେ କହିଥିଲେ ଏହି ଦିନକୁ ଗୁରୁ ଦିବସ ଭାବେ ପାଳନ କଲେ ମୋ ପାଇଁ ବଡ ସମ୍ମାନ ହେବ ବୋଲି କହିଥିଲେ । ଶିକ୍ଷାପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ବରେ ପାଳିତ ହେଉଛି ଗୁରୁ ଦିବସ । ଗୁରୁ ବିନା କେହି ସଫଳତା ପାଇପାରି ନଥାଏ । ତାଙ୍କ ସ୍ଥାନ ଅପୂରଣନୀୟ । ଗୁରୁ ଦିବସରେ ଗୁରୁଙ୍କୁ କୋଟି କୋଟି ପ୍ରଣାମ। ବୋଲି ସବୁ ପିଲା ମାନେ ମଧ୍ୟ ଆଜି ସ୍କୁଲ ଓ କଲେଜ ର ପିଲା ମାନେ କହିଛନ୍ତି ।

spot_img

Related articles

ବାଇକକୁ ଧକ୍କା ଦେଇ ଜଳିଗଲା ‘ଚକାଡୋଳା’ ବସ୍‌; ଜଣେ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ଯାଜପୁର, (୧୪/୧୦) : ବାଇକକୁ ଧକ୍କା ଦେଇ ଜଳିଗଲା ବସ୍। ଯାଜପୁର ଜିଲ୍ଲା ଏନ୍ଏଚ୍...

ମା ସୁରେଶ୍ଵରୀ ଙ୍କ ପୀଠରେ ଆୟୋଜିତ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଉଦଯାପିତ

ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୧୩/୧୦) : ସମଗ୍ର ବିଶ୍ୱର କଲ୍ୟାଣ ଓ ଜିଲ୍ଲାର ବିକାଶ ପାଇଁ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା...

ବାଇକ ଓ ବୋଲେରୋ ମୁହାଁମୁହିଁ ଧକ୍କା; ୩ ଆହତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // କୋରାପୁଟ, (୧୪/୧୦) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା କଟ୍ରାକଣା ଗ୍ରାମ ନିକଟରେ ସଡ଼କ...

ଜମ୍ମୁ-କଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ, ଓମାରଙ୍କ ପାଇଁ ଫିଟିଲା ବାଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ଜମ୍ମୁ-କଶ୍ମୀର, (୧୪/୧୦) : ଜମ୍ମୁ-କଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ। ରବିବାର ବିଳମ୍ବିତ ରାତିରେ ପ୍ରାୟ...