ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୯) : ରାଜ୍ୟ ସରକାର ଆରମ୍ଭ କରିଥିବା’ ସୁଭଦ୍ରା’ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ପ୍ରଶାସନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।
ଜନ କଲ୍ୟାଣ ସକାଶେ ରାଜ୍ୟ ସରକାର ଆରମ୍ଭ କରିଥିବା ଏହି ଯୋଜନାର ଶୁଭାରମ୍ଭ କରିବା ପରେ ଏଥିପ୍ରତି କେହି ଜଣେ ହେଲେ ବି ଯୋଗ୍ୟ ବିବେଚିତ ଆବେଦନକାରୀ ଯେଭଳି ଭାବରେ ବଞ୍ଚିତ ନାହେବେ ତାକୁ ନେଇ ଆଜି ବ୍ଲକ କାର୍ଯ୍ୟାଳୟ ଠାରେ ବିଡ଼ିଓ ପ୍ରମୋଦ ମେହେର ଏକ ସାମ୍ବାଦିକ ସମ୍ମିଳନୀରେ ସୁଭଦ୍ରା ଯୋଜନା ବିଷୟରେ ସୁଚନା ଦେଇଛନ୍ତି । ଏହି ବ୍ଲକର ସମୂହ ୧୬ଟି ଯାକ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ସର୍ବାଧିକ ୭୩ ଟି ସହଜ ଜନସେବା କେନ୍ଦ୍ରରେ ଅର୍ଥାତ ସମସ୍ତ ଜନସେବା କେନ୍ଦ୍ରରେ ଏବେଠୁ ଲୋକେ କୌଣସି ବ୍ୟସ୍ତ ବିବ୍ରତ ନହୋଇ ନିର୍ଦ୍ବନ୍ଦ୍ବରେ ଏହାର ଆବେଦନ କରି ଯୋଜନାରୁ ସରକାର ଦେଉଥିବା ସହଯୋଗ ଉଠାଇ ପାରିବେ ବୋଲି ବିଡ଼ିଓ ଶ୍ରୀ ମେହେର କହିଥିଲେ ।
ଏଥିପାଇଁ ଉଦ୍ଧିଷ୍ଟ ଆବେଦନ ଫର୍ମକୁ ସରକାର ସରଳୀକରଣ କରିଛନ୍ତି । ସେହିପରି ଏହି ଯୋଜନାର ଶୁଭାରମ୍ଭ ପରେ ଏହାର ଅଧିକ ପ୍ରଚାର ପ୍ରସାର ନିମନ୍ତେ ଏକ ସଚେତନତା ଅଭିଯାନ ପାଇଁ ୨ ଟି ବ୍ଲକ ପାଇଁ ଗୋଟିଏ ରଥ ବୁଲିବ ପାଇଁ କହିବା ସହିତ ଯୋଜନାର ଆବେଦନ କରିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହିତ ଏହାର ସମୟ ସୀମା ନ ଥିବା ନେଇ ସୂଚନା ଦେଇଥିଲେ। ସେହିପରି ଯେକେହି ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ଏଥିପାଇଁ ଯେକୌଣସି ସହଜ ଜନସେବା କେନ୍ଦ୍ରକୁ ଯାଇ ନିଜ ସବିଶେଷ ବିବରଣୀ ଓ ତଥ୍ୟ ପ୍ରଦାନ କରି ସେଠାରେ ଆବେଦନ କଲେ ତାଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ବୋଲି କହିଥିଲେ ।
ନିଜ ପଞ୍ଚାୟତର ଯେକୌଣସି ଗ୍ରାମରେ ସହଜ ଜନସେବା କେନ୍ଦ୍ର ଥିଲେ ସେଠାକାର ଲୋକେ କୌଣସି ପ୍ରକାର ବିଭ୍ରାନ୍ତି ନ ହୋଇ ସେଠାରେ ହିଁ ତାଙ୍କର ସବୁ ପ୍ରକାର ତଥ୍ୟ ପ୍ରମାଣିତ ବିବରଣୀ ଦର୍ଶାଇ ଆବେଦନ କଲେ ସରକାର ତାକୁ ନିଶ୍ଚିତ ଭାବେ କାଏମ ରଖିବେ ବୋଲି ବିଡ଼ିଓ ଶ୍ରୀ ମେହେର କହିଥିଲେ ।