Thursday, March 28, 2024

Top 5 This Week

Related Posts

ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଗାଁ ରୁ ଗାଁ ବୁଲି ଆଇନ୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୩/୧୦) : ଅଦ୍ୟ ତା ୦୩/୧୦/୨୦୨୧ ରିଖ ଦିନ ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ଦେହୁରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଗାଁ ରୁ ଗାଁ ବୁଲି ଆଇନ୍ ସଚେତନତା କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ଗ୍ରାମ ଆଇନ ସହାୟତ ମଙ୍ଗଳପୁର ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 10 04 at 9.12.29 AM ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଗାଁ ରୁ ଗାଁ ବୁଲି ଆଇନ୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ଏହି ଶିବିରରେ ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ଉପସ୍ଥିତ ରହି ଜନସାଧାରଣ ମାନଙ୍କୁ ବିଭିନ୍ନ ଆଇନ୍ ସେବା, ପ୍ରାଧିକରଣର କାର୍ଯ୍ୟକାରିତା, ମାଗଣା ଆଇନ ସେବା ପ୍ରଦାନ ଏବଂ ଏହିଠାରେ ଉପଲବ୍ଧ ହେଉଥିବା ବିଭିନ୍ନ ସେବା ବିଷୟରେ ଅବଗତ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ମଙ୍ଗଳପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ବିଦ୍ୟାଧର ପ୍ରଧାନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳର Panel Lawyer ଶ୍ରୀ ବିଷ୍ଣୁଭୁଷଣ ସାହୁ, PLVs ଶ୍ରୀ ଅଭିରାମ ବାରିକ, ବଶିଷ୍ଠ ବରାଳ, ରାମେଶ୍ବର ମାଇତି, ଅନୁପ ନାୟକ, ପ୍ରଫୁଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ସୁଚାର ରୂପେ ପରିଚାଳନା କରିଥିଲେ ।

Popular Articles