କଣ୍ଟାବାଞ୍ଜି ବିଧାୟକଙ୍କ ବ୍ଲକ ପ୍ରତିନିଧି ରୂପେ ଗଙ୍ଗାଧର ହେର୍ଣା ମନୋନୀତ

0
50
କଣ୍ଟାବାଞ୍ଜି

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୪/୦୯) : କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁରିବାହାଲ ବ୍ଲକ ପାଇଁ ବରିଷ୍ଠ ବିଜେପି ନେତା ଗଙ୍ଗାଧର ହେର୍ଣାଙ୍କୁ ବିଧାୟକଙ୍କ ଅନୁପସ୍ଥିତିରେ ଦରକାର ପଡ଼ିଲେ ଅଫିସ କାର୍ଯ୍ୟ ପାଇଁ ପ୍ରତିନିଧି ମନୋନୀତ କରିଛନ୍ତି ।

ଏ ସମ୍ପର୍କିତ ଏକ ପତ୍ର ବିଡିଓ ପୂର୍ଣାନନ୍ଦ ପଟେଲଙ୍କୁ ପ୍ରଦାନ କରାଯାଇଛି । ଏହି ପତ୍ର ପ୍ରଦାନ ବେଳେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା, ନିରଞ୍ଜନ ସାହୁ,ରାମୁ କୁମ୍ଭାର, ତହସିଲ ନାଗ, ମହାଦେବ ଟାହାଣି, ପଦ୍ମନାଭ ସାହୁ, ଈଶ୍ୱର ପଟେଲ, ସରୋଜ ବାଗ,ଫକିର ଲୁହା,ବିଷ୍ଣୁ ବେହେରା, ସୁନାଶିର ସାହୁ, ଗୁପ୍ତେଶ୍ୱର ସାହୁ, ଦିବ୍ୟଲୋଚନ ବୁଡେକ, ପାଦେ ତାଣ୍ଡି, ହିମାଂଶୁ ଜାଲ,କିଶୋର ଘିବେଲା, ଶିବ ଯୁଏଡ, ଟୁନା ବାବା, ମାନପତି ସାଣ୍ଡ, ଭୋଦେବ ସାହୁ, ଲବ ଖେତି, ଡମ୍ବରୁଧର ହେର୍ଣା,ପିଙ୍କୁ ପୋଡ଼, ଲାଲୁ ପୁଟେଲ, ଜୟମାଳ ସେଲମା, ରାଜକୁମାର ବାଗ, ଇନ୍ଦ୍ରମଣି ବାଗ ପ୍ରମୁଖ ଉପସ୍ଥିତ ଥିଲେ ।