ପୁରୀରେ ବାପା-ପୁଅ ଉପରେ ମରଣାନ୍ତକ ଆକ୍ରମଣ ପରେ ବୋମାମାଡ

0
61
ପୁରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୭/୦୯) : ପୁରୀରେ ମଙ୍ଗଳବାର ବାପା-ପୁଅ ଉପରେ ମରଣାନ୍ତକ ଆକ୍ରମଣ ପରେ ଘର ଉପରକୁ ବୋମାମାଡ ହୋଇଛି । ବଳିଆପଣ୍ଡା ଥାନା ନାଲିପଡିଆ ଅଞ୍ଚଳରେ ଦୁର୍ବୃତ୍ତ ବୋମାମାଡ କରିଛନ୍ତି ।

ପୁଅକୁ ଗୋଡାଇ ଗୋଡାଇ ହାଣିବା ପରେ ଦୁର୍ବୃତ୍ତ ବୋମାମାଡ ମଧ୍ୟ କରିଛନ୍ତି । ବାପା, ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବଶତ୍ରୁତାରୁ ବୋମାମାଡ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣା ପରେ ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି ।