ନିମ୍ନମାନର କାମ ଯୋଗୁଁ  ଛାତରୁ ଗଳୁଛି ପାଣି : ଶିଶୁମାନଙ୍କ ଚାଉଳ ସହ ବିଭିନ୍ନ ଖେଳନା ନଷ୍ଟ

0
337

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୪/୭) : ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ପଂଚାୟତ ଚନ୍ଦ୍ରଶେଖରପୁର ଗ୍ରାମରେ ନୃତନ ଭାବେ ନିର୍ମାଣ ହୋଇଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ନିମ୍ନମାନର କାମ ଯୋଗୁଁ  ଛାତରୁ ପାଣି ଗଳି ଚାଉଳ ସହ ଛୋଟଛୋଟ ଶିଶୁମାନଙ୍କ ଖେଳନା ଭିଜି ନଷ୍ଟ ହୋଇଥିବା ଜଣାପଡିଛି ।

ଏ ନେଇ କେନ୍ଦ୍ର ର ଅଙ୍ଗନଓ୍ବାଡି କର୍ମି ସରସ୍ବତୀ କର୍ଣ ହରଭଙ୍ଗା ସିଡିପିଓଙ୍କୁ ନିମ୍ନମାନର କାମ ଯୋଗୁଁ ନଷ୍ଟ ହୋଇଥିବା ସାମଗ୍ରି ଉପରେ ରିର୍ପୋଟ୍ ପ୍ରଦାନ କରାଯାଇଥିବା ଜଣାପଡିଛି । ସୁଚନା ଥାଉକୀ ସରକାର ଗ୍ରାମାଞ୍ଚଳରେ ଛୋଟଛୋଟ ଶିଶୁମାନଙ୍କର ବିକାଶ ଦକ୍ଷ୍ୟତା ବୃଦ୍ଧି ପାଇଁ  ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କରିଛନ୍ତି । କିନ୍ତୁ ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବହୁଦିନ ହୋଇ ଅଂସପୁର୍ଣ ଭାବେ ପଡି ରହିଥିଲେ ମଧ୍ୟ୍ୟ ଗତବର୍ଷ ଉକ୍ତ କେନ୍ଦ୍ର ର ନିର୍ମାଣ କାଯ୍ୟ ସରିଥିଲା, ସେ ସମୟରେ ଦାୟିତ୍ବରେ ଥିବା ଜେ.ଇ ଦେଶବନ୍ଧୁ ନାଏକ ଉକ୍ତ କେନ୍ଦ୍ର ର କାଯ୍ୟ ସ୍ଥାନିୟ କୁଜି ଠିକାଦାର ସର୍ବେଶ୍ବର କର୍ଣଙ୍କୁ ଦେଇଥିଲେ ।

କେନ୍ଦ୍ର ନିର୍ମାଣ କାଯ୍ୟ ଅତି ନିମ୍ନମାନ ର ହୋଇଥିବା ହେତୁ ବର୍ଷେ ନ ପୁରୁଣୁ ଛାତରୁ ପାଣି ଗଳିବା ଆରମ୍ବ କରିଥି ବେଳେ  ଏଥିରେ ୨ ବସ୍ତା ଚଉଳ, ବିଭିନ୍ନ ଖେଳନା ପାଣିରେ ଭିଜି ନଷ୍ଟ ହୋଇଥିବା ଜଣାପଡିଛି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ନିମ୍ନମାନ ର କାମ ହୋଇଥିବା ନେଇ ଗ୍ରାମବାସିଙ୍କ ଭିତରେ ଅସୋନ୍ତଷ ପ୍ରକାଶ ପାଉଛି । କେନ୍ଦ୍ର ରେ ନଷ୍ଟ ହୋଇଥିବା ସାମଗ୍ରୀ କୁ ନେଇ ଅଙ୍ଗନଓ୍ବାଡି କର୍ମି ହରଭଙ୍ଗା ସିଡୀପିଓଙ୍କୁ ଘଟଣା ସଂର୍ପକରେ ଲେଖି ଜଣାଛନ୍ତି ।