ବାଉଁଶୁଣୀ ଥାନା ଅଧିକାରୀ ଙ୍କ ପୁଣି ଦବଙ୍ଗ ଗିରି : ବାରମ୍ବାର ଖାକି ପୋଷାକରେ କଳଙ୍କ ର ଦାଗ

0
377

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,ବାଉଁଶୁଣୀ,(୦୨/୧୦) : ବାଉଁଶୁଣୀ ଥାନା ଅଧିକାରୀ ସବୁବେଳେ ବିବାଦ୍ ଘେରରେ l ଫଳ ଦୋକାନୀଙ୍କ ମୁହଁକୁ ଫଳ ଫିଙ୍ଗିବା ଘଟଣା ହେଉ କି ଗଣମାଧ୍ୟମ ପ୍ରତିନିଧିଙ୍କୁ ଚାପୁଡ଼ା ମାରିବା ଘଟଣା ହେଉ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି | ବାଉଁଶୁଣୀ ଥାନା ଅଧିକାରୀଙ୍କ ଦବଙ୍ଗଗିରୀ କାରନାମାର ଅନେକ ଘଟଣା ଜନ ମାନସକୁ ଆସି ମଧ୍ୟ ପାରୁନାହିଁ l

ବାଉଁଶୁଣୀ ଥାନା ଅଧିକାରୀ ନିଜ କ୍ଷମତା ଅପବ୍ୟବହାର କରି ଜଣେ ବ୍ୟକ୍ତିଙ୍କୁ ନିଜେ ମାଡ଼ମାରି ସାରିବା ପରେ ପ୍ରତିପକ୍ଷ ମହିଳାଙ୍କ ଦ୍ୱାରା ଥାନା ମଧ୍ୟରେ ଚପଲରେ ମାଡ଼ ମରାଇବା ଭଳି ଏକ ପୁରୁଣା ଘଟଣା ଗତକାଲି ଲୋକ ଲୋଚନକୁ ଆସିଛି l ପୀଡିତ ବ୍ୟକ୍ତି ଜଣକ ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି | ଅଭିଯୋଗ ଅନୁଯାୟୀ ବାଉଁଶୁଣୀ ଥାନା ଅଁଳାପାଲି ଗ୍ରାମ ପଞ୍ଚାୟତ ସାହୁପଡା ଗ୍ରାମର ରବୀନ୍ଦ୍ର ପୃଷ୍ଟିଙ୍କ ପରିବାର ନାମରେ ଘରବାରୀ ଜମି ବିବାଦକୁ ନେଇ ଜଣେ ମହିଳା ବାଉଁଶୁଣି ଥାନାରେ ଅଭିଯୋଗ କରିଥିଲେ l

ଅଭିଯୋଗ ଅନୁଯାୟୀ ବାଉଁଶୁଣୀ ଥାନା କେସ ନଂ ୫୬/୨୧ ରେ ପଞ୍ଜିକରଣ କରି ବିନା ତଦନ୍ତରେ ରବିନ୍ଦ୍ର ପୃଷ୍ଟି ଓ ସ୍ୱାଧୀନ ପୃଷ୍ଟିଙ୍କୁ କୋର୍ଟ ଚାଲାଣ କରିଥିଲେ | ଉଭୟେ କିଛି ଦିନ ବିଚାର ବିଭାଗୀୟ ହାଜତରେ ରହି ଅଦାଲତରୁ ଜାମିନରେ ଆସିଥିଲେ l ସେମାନେ ଜାମିନରେ ଆସିବା ପରେ ବାଉଁଶୁଣୀ ଥାନା ଅଧିକାରୀ ସୁବାଷ ରାୟଗୁରୁ ଗତ ଜୁନ୍ ୬ ତାରିଖ ସନ୍ଧ୍ୟାରେ ଥାନାକୁ ଡକାଇ ରାତି ପର୍ଯ୍ୟନ୍ତ ଥାନାରେ ବସାଇ ନିଜେ ଶ୍ରୀ ରାୟଗୁରୁ ରବିନ୍ଦ୍ରଙ୍କୁ ମାଡ଼ ମାରିଥିଲେ l କେବଳ ସେତିକି ନୁହେଁ ତାଙ୍କ ନାମରେ ମାମଲା ରୁଜୁ କରିଥିବା ମହିଳାଙ୍କୁ ଡକାଇ ରବିନ୍ଦ୍ର ପୃଷ୍ଟିଙ୍କୁ ମନଇଚ୍ଛା ଚପଲରେ ମାଡ଼ବାକୁ ମହିଳାଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଗଣମାଧ୍ୟମ ଆଗରେ ରବିନ୍ଦ୍ର ପ୍ରକାଶ କରିଛନ୍ତି l

ପ୍ରତିପକ୍ଷ ମହିଳା ମଧ୍ୟ ଶ୍ରୀ ରାୟଗୁରୁଙ୍କ ନିର୍ଦ୍ଦେଶରେ ଉତ୍ସାହିତ ହୋଇ ଥାନା ମଧ୍ୟରେ ଥାନା ଅଧିକାରୀ ଓ କିଛି କର୍ମଚାରୀଙ୍କ ଆଗରେ ରବିନ୍ଦ୍ରଙ୍କ ଗାଲ ଓ ମୁହଁରେ ୧୦/୧୨ ଚପଲ ପିଟିଥିବା ଲିଖିତ ଭାବେ ଗତକାଲି ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ପୀଡିତ ଅଭିଯୋଗ କରିଛନ୍ତି | ସେମାନଙ୍କ ପରିବାର ଗତ ୫ ମାସ ଧରି ଭୟ ଆଶଙ୍କା ଓ ମାନସିକ ଚାପରେ କାଳାତିପାତ କରୁଥିବା କହିଛନ୍ତି l ଏ ସମ୍ପର୍କରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୀଡିତଙ୍କୁ ଆଶ୍ୱାସନା ଦେଇଥିବା ସୂଚନା ମିଳିଛି l

ପୋଲିସ୍ ସାଧାରଣ ଲୋକଙ୍କ ଧନ ଜୀବନକୁ ସୁରକ୍ଷା ଦେବାକଥା ମାତ୍ର ଅଭିଯୋଗ ଯଦି ସତ୍ୟ ହୁଏ ତେବେ ଲୋକଙ୍କ ଧନ ଜୀବନ ଓ ଜୀବନ ଜୀବିକାକୁ ପୋଲିସ ବିପନ୍ନ କରେ ତେବେ ଲୋକେ କାହାକୁ ଭରସା କରିବେ ବୋଲି ଜନସାଧାରଣରେ ଆଲୋଚନା ହେଉଛି |

ପୋଲିସକୁ ଅଧିକ କ୍ରିୟାଶୀଳ ଓ ଉତ୍ତରଦାୟୀ କରିବା ପାଇଁ ସରକାର 5T ଓ ମୋ ସରକାର ଆଦି କେତେ ବିଭାଗ ଓ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସରକାର ଏସବୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବୋଲି ଆଲୋଚନା ହେଉଛି | ଦେଖାଯାଉ ରବିନ୍ଦ୍ରଙ୍କ ଅଭିଯୋଗର ତଦନ୍ତ କେଉଁ ଦିଗକୁ ଯାଉଛି ଓ ତାଙ୍କୁ ନ୍ୟାୟ ମିଳୁଛି ନା ପୁର୍ବ ଘଟଣା ଗୁଡିକ ଭଳି ଏ ଘଟଣାବି ଲୁଚିଯିବ ସମୟ କହିବ l