Friday, March 29, 2024

Top 5 This Week

Related Posts

ନବୋଦୟ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଦୁଇ ଛାତ୍ରଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୪/୧୦) : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲର ଦୁଇଜଣ ଛାତ୍ର ଗତ ଶିକ୍ଷା ବର୍ଷରେ ହୋଇଥିବା ନବୋଦୟ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି l ଏହି ଦୁଇ ଛାତ୍ର ହେଲେ ଜଗା ମେହେର ଓ ବାଦଲ ମେହେର le0eb0504 d8f0 41ec a3b3 13b37293b052 ନବୋଦୟ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଦୁଇ ଛାତ୍ରଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ନବୋଦୟ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ନେଇ ବିଦ୍ୟାଳୟ ପକ୍ଷରୁ ଏହି ଦୁଇ ଛାତ୍ରଙ୍କୁ ସୋମବାର ସମ୍ବର୍ଦ୍ଧନା ଦିଆଯାଇଥିଲା l ବିଦ୍ୟାଳୟର ପରିଚାଳକ ନବକିଶୋର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉଭୟ ଛାତ୍ରଙ୍କ ସହ ତାଙ୍କ ପିତା ଓ ମାତାଙ୍କୁ ମଧ୍ୟ୍ୟ ସମ୍ବର୍ଦ୍ଧନା କରାଯାଇଥିଲା l ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ବାଘ ସଭା ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ପ୍ରତିଭା ପ୍ରଧାନ, ସୌଦାମିନୀ ନେଗୀ, ସନ୍ତୋଷିନୀ ପ୍ରଧାନ, ସତ୍ୟବତୀ ଭୋକ୍ତା ଶିକ୍ଷା ଉପରେ ବକ୍ତ୍ୟବ୍ୟ ରଖିଥିଲେ l

ଶେଷରେ ଶିକ୍ଷୟତ୍ରୀ ପ୍ରତିଭା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରତେକ ବର୍ଷ ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ନବୋଦୟ, ଆଦର୍ଶ ଓ ବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରୁଥିବାରୁ ଏହି ଅଂଚଳରେ ବିଦ୍ୟାଳୟଟି ସୁନାମ ଅର୍ଜନ କରୁଥିବା ବିଦ୍ୟାଳୟର ପରିଚାଳକ ସୂଚନା ଦେଇଥିବା ଜଣାପଡିଛି l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles