ହରଭଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ଦାବି ନେଇ ବିକ୍ଷୋଭ ଓ CDMO ଙ୍କ ଉଦେଶ୍ୟରେ ଦାବିପତ୍ର

0
215

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୦୪/୧୦) : ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଠାରେ ଅଂଚଳ ବାସୀଙ୍କ ଏକ ଶୋଭାଯାତ୍ରା ସହିତ “ଆମର ଦାବି ସରକାର ପୂରଣ କର, ହରଭଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପ୍ରଦାନ କର “ସ୍ଲୋଗାନ ରେ ଏକ ବିକ୍ଷୋଭ ହରଭଙ୍ଗା CHC କାର୍ଯ୍ୟକାରିଣୀ ସମିତି ଦ୍ୱାରା ଆୟୋଜନ କରାଯାଇଥିଲା |

୨୦୧୭ ମସିହାରୁ ଗୃହୀତ ହରଭଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମାନ୍ୟତା ଅବହେଳା ନେଇ ଆଜି ସକାଳ ୮ ଟାରେ ହରଭଙ୍ଗା CHC କାର୍ଯ୍ୟକାରିଣୀ କମିଟି ର ଆୟୋଜନ ରେ ସ୍ଥାନୀୟ ଅଂଚଳ ବାସି ହାଇସ୍କୁଲ ପଡିଆରୁ ବାହାରି ପ୍ରତିବାଦ ରାଲି ହରଭଙ୍ଗା ପରିକ୍ରମା କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଂଚି ଥିଲେ | ସ୍ୱାସ୍ଥ୍ୟ କେନ୍ଦ୍ର ର ଡ଼ା.ଶ୍ୟାମପ୍ରସାଦ ମେହେର ଙ୍କୁ ବୌଦ୍ଧ CDMO ଉଦେଶ୍ୟ ରେ ଏକ ଦାବିପତ୍ର ହରଭଙ୍ଗା CHC କାର୍ଯ୍ୟ କାରିଣୀ ସମିତି ଦ୍ୱାରା ପ୍ରଦାନ କରାଯାଇଥିଲା |

ସୂଚନା ଅନୁଯାଇ ହରଭଙ୍ଗା ରେ ରାଜା ରାଜୁଡା ସମୟରୁ ଏକ ରାଣୀ ସୌଦାମିନୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି | ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ହରଭଙ୍ଗା, ଛତ୍ରଙ୍ଗ, କୁସଙ୍ଗ, ତଳଗାଁ, ସଂକୁଲୋଇ, ମହାଲିକ ପଡ଼ା ଏମିତି 6ଟି ପଂଚାୟତର ୫୦,୦୦୦ ଜନସାଧାରଣ ସ୍ୱାସ୍ଥ୍ୟ ସେବା ଉପରେ ନିର୍ଭର କରନ୍ତି | ଏହି ଅଂଚଳ ର ଜନସାଧାରଣ ଙ୍କ ସ୍ୱାର୍ଥ, ସ୍ୱାସ୍ଥ୍ୟ ର ଉନ୍ନତି କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଏହାକୁ ୨୦୧୭ ମସିହାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରିଣତ ପାଇଁ ମଞ୍ଜୁର କରିଥିଲେ କିନ୍ତୁ ଆଜି ପଯ୍ୟନ୍ତ ଏହା ଶାସନ ର ନାଲିଫିତା ତଳେ ଚାପିହୋଇ ରହିଯାଇଛି |

ଦୀର୍ଘ 4ବର୍ଷ ବିତିଯାଇଥିଲେ ମଧ୍ୟ ଏହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ରୁ ବଞ୍ଚିତ ଥିବାରୁ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ପ୍ରକାଶ କରୁଛନ୍ତି | ତେଣୁ ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖରେ ମାନ୍ୟତା ଦାବିନେଇ ହରଭଙ୍ଗା CHC ସମିତି ପକ୍ଷରୁ ପଂଚାୟତ ର ଜନପ୍ରତିନିଧି ଙ୍କ ସ୍ଵାକ୍ଷର ସମ୍ବିଳିତ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲପାଳ ଓ CDMO ଙ୍କୁ ପ୍ରଦାନ କରାଯାଇଥିଲା | ସେହି ଦାବି ପତ୍ର ର କୌଣସି ପ୍ରତିକ୍ରିୟା ନମିଳିବାରୁ ଆଜି ଏହି ବିକ୍ଷୋଭ କରାଯାଇଥିଲା | ଜଦି ଏହାର ସମାଧାନ ଆଗାମୀ ପଂଚାୟତ ଇଲେକ୍ସନ ପୁର୍ବ ରୁ ନ ହୁଏ ତେବେ ଏହି ଅଂଚଳ ବାସି ଆଗାମୀ ପଂଚାୟତ ଇଲେକ୍ସନ ରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି ଓ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି |