ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

0
272

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୦୪/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶ୍ରୀଯୁକ୍ତ ଯୁଗଳ କିଶୋର ଜେନା ଓ ଶ୍ରୀଯୁକ୍ତ ସତ୍ୟବାନ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା |c8382a62 44e9 462d a2f8 b7c45057c2d6 ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ଉକ୍ତ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବୈଠକ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦେବରାଜ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ସଭାକାର୍ଯ୍ୟ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଭଗବାନ ହୋତା ପରିଚାଳନା କରିଥିଲେ |

ଏହି ବୈଠକ ରେ କୁସଙ୍ଗ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଶ୍ରୀ ଇନ୍ଦ୍ର ମଣି ସେଠି, ଛତ୍ରଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସୁଧୀର କୁମାର ଦେହୁରୀ, ବିଦାୟୀ ଶିକ୍ଷକ ଶ୍ରୀ ସତ୍ୟବାନ ସାହୁ,ଗୋଷ୍ଠୀ ଶିକ୍ଷାଧିସ ଶ୍ରୀ ଦେବରାଜ ପ୍ରଧାନ ଏବଂ କୁସଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଭଗବାନ ହୋତା ବକ୍ତବ୍ୟ ରଖିଥିଲେ!ସଭାକାର୍ଯ୍ୟ ସୁପରିଚାଳନା ନିମନ୍ତେ ଶ୍ରୀ ଅକ୍ଷୟ କୁମାର ସାହୁ, ଶ୍ରୀ ବିନୋଦ କୁମାର ନାଏକ, ଶ୍ରୀ ନିରଞ୍ଜନ ସାହୁ, ଶ୍ରୀ ନିରଞ୍ଜନ ବେହେରା, ଶ୍ରୀମତୀ ପଦ୍ମାବତୀ ସାହୁ, ଶ୍ରୀମତୀ ବବିତା ମାଝୀ, ବହୁ ମାତ୍ରାରେ ସହଯୋଗ କରିଥିଲେ |