ଳକ୍ଷ୍ମିପୁର ଖେରି କୃଷକଙ୍କ ମୃତ୍ୟୁ ପ୍ରତିବାଦରେ ଏଆଇକେଏମ୍ଏସ୍ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ

0
219

fc6d4c3e aa29 46f6 9e33 d4e7a3cf0d21 ଳକ୍ଷ୍ମିପୁର ଖେରି କୃଷକଙ୍କ ମୃତ୍ୟୁ ପ୍ରତିବାଦରେ ଏଆଇକେଏମ୍ଏସ୍ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନରିପୋର୍ଟ : ବଳରାମ ଶବର //
ଗୁଣୁପୁର,(୦୫/୧୦) : ଉତ୍ତର ପ୍ରଦେଶର ଳକ୍ଷ୍ମିପୁର ଖେରି ଜିଲ୍ଲାରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ରବିବାର ଦିନ ଗାଡ଼ି ମାଡିଯାଇ ୨ କୃଷକଙ୍କ ମୃତ୍ୟୁ ଘଟିଥିଲା | ଏହାର ପ୍ରତିବାଦରେ ସୋମବାର ସଂଯୁକ୍ତ କିଷାନ ମୋର୍ଚାର ଆହ୍ୱାନ କ୍ରମେ ରାୟଗଡା ଜିଲ୍ଲାର ଗୁଣପୁର ଠାରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଏଆଇକେଏମ୍ ଏସ୍ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଛି ।

(ଏଆଇ ଜେ ଏମ୍ ଏସ୍ )ଜିଲ୍ଲାର ସମ୍ପାଦକ ତ୍ରୀପତି ଗମାଂଗଙ୍କ ନେତୃତ୍ବରେ କାଯ୍ୟକର୍ତା ମାନେ ଗୁଣୁପୁର ଉପ-ଜିଲ୍ଲାପାଳଙ୍କ ଜରିଆରେ ଡେପୁଟି କଲେକ୍ଦର୍ ରାଜେନ୍ଦ୍ର ପ୍ରସାଦଚୌଧୁରିଙ୍କୁ ଦାବିପତ୍ର ଦିଆଯାଇଛି । ଳକ୍ଷ୍ମିପୁର ଖେରି ନରସଂହାର ଘଟଣାର ଅପରାଧିଙ୍କୁ ଗିରଫ କରି , ସ୍ବତନ୍ତ୍ର ତଦନ୍ତକରୀ ଟିମ ଗଠନ କରି ସଂପୂର୍ଣ୍ଣ ଘଟଣାର ତଦନ୍ତ କରାଯାଉ ଏବଂ ମୃତ କୃଷକମାନଙ୍କ ପରିବାର ଙ୍କୁ 50 ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ । ସଂବିଧାନିକ ପଦ ପଦବୀରେ ରହି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ଦେଶର କୃଷକ ମାନଙ୍କ ଉପରେ ଆକ୍ରମଣ ଓ ହିଂସା କରିବା ଖୋଲାଖୋଲି ଭାବରେ ଆହ୍ବାନ ଦେଇଥିବା ହରିୟାନା ମୁଖ୍ୟମନ୍ତ୍ରୀ ଓ କେଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ପଦବୀରୁ ବହିଷ୍କର କରି ଦେବା ନେଇ ଦାବିପତ୍ରରେ ଉଲ୍ଳେଖ ରହିଛି ।