ବୌଦ୍ଧ ଜିଲ୍ଲାରେ ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
280

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୫/୧୦) : ଆଜି ବୌଦ୍ଧ ଜିଲ୍ଲାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧ ଦ୍ୱାରା ମୁରଶୁଣ୍ଢୀ ପଂଚାୟତ ଅଫିସ ଠାରେ ମୁକ୍ତ ଆଇନସେବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ର ସଚିବ ଶ୍ରୀ ରଣଜିତ ଓରାମ ଅଧ୍ୟକ୍ଷତା କରିଥିଲେ |

ବୌଦ୍ଧ ଜିଲ୍ଲାରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜିଲ୍ଲା ର ପ୍ୟାନେଲ ଲୟର ଶ୍ରୀ ମନୋଜ କୁମାର ମହାରଣା, ମୁରଶୁଣ୍ଡି ପଂଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁଦାମ ପ୍ରଧାନ ଉପସ୍ଥିତ ରହିଥିଲେ | ଏହି ବୈଠକ ରେ ପଂଚାୟତ ର ତଥା ପାଖ ପାଖି ଗାଁ ର ବହୁ ସଂଖ୍ୟକ ଲୋକ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ର PLV ମାନେ ଭାଗ ନେଇଥିଲେ | କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଲୋକଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ଜିଲ୍ଲା ଦ୍ୱାରା ଉପଲବ୍ଧ ବିଭିନ୍ନ ମୁକ୍ତ ଆଇନ ସେବା ବିଷୟରେ ଜଣାଇବା ତଥା ଏହାଦ୍ୱାରା ଅନୁଷ୍ଠିତ ହେଉଥିବା ଲୋକ ଅଦାଲତ ରେ ଭlଗନେଇ ପ୍ରାକ ମକଦ୍ଦମା କେସ ଗୁଡିକର ସମାଧାନ ତଥା ସମୟ ଓ ଅର୍ଥର ଅପବ୍ୟୟରୁ ବଞ୍ଚିବା, ବିଭିନ୍ନ ଘରୋଇ କଳହ, ମାଲି ମକୋଦମା, ସ୍ୱାମୀ ସ୍ତ୍ରୀ ଝଗଡା, ଜମିବାଡ଼ି କଳହ, ଅନ୍ୟାୟ ଅତ୍ୟାଚାର ଇତ୍ୟାଦି ଉଚିତ ବୁଝାମଣା ଦ୍ୱାରା ସମାଧାନ କରିବା ଇତ୍ୟାଦି, ଏହି କାର୍ଯ୍ୟକ୍ରମ ରେ ଆଲୋଚନା ହୋଇଥିଲା |