Friday, March 29, 2024

Top 5 This Week

Related Posts

ଚଳିତ ବର୍ଷ କୋଭିଡ କଟକଣା ଅନୁଯାୟୀ ଆୟୋଜିତ ହେବ ଦେବୀ ଘଣ୍ଟାଶୁଣି ଙ୍କ ଦଶହରା ପର୍ବ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୬/୧୦) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହର ସ୍ଥିତ ପ୍ରସିଦ୍ଧ ଦେବୀ ମାଁ ଘଣ୍ଟାଶୁଣି ପୀଠ ରେ ଚଳିତ ବର୍ଷ ପ୍ରତିବର୍ଷ ଭଳି ଯଥା ରୀତିନୀତି ଅନୁଯାୟୀ ଦଶହରା ପୂଜା ଆୟୋଜନ କରାଯିବ । ଟିଟିଲାଗଡ଼ ସହର ହାଟପଦା ପଡ଼ା ରେ ସ୍ଥିତ ଏହି ମନ୍ଦିର ରେ ନିଜ ମନସ୍କାମନା ପୂରଣ ପାଇଁ ଘଣ୍ଟ ବାନ୍ଧିବା ପରମ୍ପରା ରହିଛି ।WhatsApp Image 2021 10 06 at 6.56.11 AM ଚଳିତ ବର୍ଷ କୋଭିଡ କଟକଣା ଅନୁଯାୟୀ ଆୟୋଜିତ ହେବ ଦେବୀ ଘଣ୍ଟାଶୁଣି ଙ୍କ ଦଶହରା ପର୍ବ

ଓଡ଼ିଶାର ଅନ୍ୟତମ ତନ୍ତ୍ର ପୀଠ ରାଣୀପୁର ଝରିଆଲ ସହ ଏହି ଟିଟିଲାଗଡ଼ ର ଧବଳେଶ୍ଵର ଶୈବ ପୀଠ ର ସମ୍ପର୍କ ରହିଥିବା ଐତିହାସିକ ତଥ୍ୟ ରହିଛି । ପ୍ରତିବର୍ଷ ଓଡିଶା ଓ ପଡ଼ୋଶୀ ରାଜ୍ୟ ରୁ ଅନେକ ସଂଖ୍ୟାରେ ଘଣ୍ଟ ବାନ୍ଧିବା ନିମନ୍ତେ ଭକ୍ତଙ୍କ ସମାଗମ ଘଟିଥାଏ । ଚଳିତ ବର୍ଷ ଯଥା ରୀତି କୋଭିଡ କଟକଣା ଅନୁଯାୟୀ ପରମ୍ପରା ଅନୁଯାୟୀ ପୂଜା କରିବା ମୁଖ୍ୟ ପୂଜକ ରାୟ ସିଂହ ପାତ୍ର ଙ୍କ ନିକଟ ରୁ ସୂଚନା ମିଳିଛି ।

ଏହି ଅବସରରେ ବହୁ ମାତ୍ରାରେ କୁକୁଡ଼ା,ଛେଳି, ମେଣ୍ଢା,ଆଦି ବଳି ଦିଆଯାଇ ଆସୁଅଛି । ସାମ୍ପ୍ରତିକ ସମୟରେ ବର୍ତ୍ତମାନ ସୁଦ୍ଧା ଏହି ବଳି ପ୍ରଥା ଚାଲିବା ନେଇ ଏ ପ୍ରଥା ବନ୍ଦ ପାଇଁ ବଳି ପ୍ରଥା ବନ୍ଦ ସମିତି ପକ୍ଷରୁ ପ୍ରଚାର ପ୍ରସାର ଚଲାଇ ଆସୁଛି । ଚଳିତ ସମୟରେ ପ୍ରଥା ବନ୍ଦ ନେଇ ସଚେତନତା କରିଥିବା ବେଳେ ଯଥେଷ୍ଟ ମାତ୍ରା ରେ ବଳି କମି ଆସୁଥିବା ଦେଖାଯାଉଛି ।WhatsApp Image 2021 10 06 at 6.56.10 AM ଚଳିତ ବର୍ଷ କୋଭିଡ କଟକଣା ଅନୁଯାୟୀ ଆୟୋଜିତ ହେବ ଦେବୀ ଘଣ୍ଟାଶୁଣି ଙ୍କ ଦଶହରା ପର୍ବ

ସେହିପରି ଏ ମନ୍ଦିର ନିକଟସ୍ଥ ହାଟପଦା ରେ ଦୁର୍ଗା ପୂଜା ମନ୍ଦିର ରୁ ଯଥାରୀତି ମାଟି ନେଇ ଦୁର୍ଗାପୂଜା କମିଟି ତରଫରୁ ଯଥାରୀତି ପୂଜା ଆୟୋଜନ ହୋଇଥାଏ । ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଥିବା ଏହି ଦୁର୍ଗାପୂଜା କମିଟି ଦ୍ୱାରା ଉକ୍ତ ପାର୍ବଣ ପାରମ୍ପରିକ ରୀତି ରେ ଆୟୋଜନ କରାଯିବା କମିଟି ତରଫରୁ ଏକ ବୈଠକ ଅନୁଷ୍ଠିତ କରି ସୂଚନା ଦିଆଯାଇଛି ।

Popular Articles