Friday, March 29, 2024

Top 5 This Week

Related Posts

ଜହ୍ନ।ପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ର ନୂତନ ପରିଚାଳନା କମିଟି ଗଠିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୦୫/୧୦) : ବୌଦ୍ଧ ବ୍ଲକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନ।ପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ରେ ବ୍ଲକସ୍ତରୀୟ ଏକ ସାଧାରଣ ସଭା ଅଵସର ପ୍ରାପ୍ତ ପ୍ରଧାନଶିକ୍ଷକ ନବୀନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଜହ୍ନ।ପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ର ବୈଠକରେ ଆସନ୍ତା ତିନି ବର୍ଷ ପାଇଁ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । ବ୍ଲକ ସଂଯୋଜକ ଭାବେ ଆଇନଜୀବୀ ନିର୍ମଳ କୁମାର ସାହୁ, ସହ ସଂଯୋଜକ ଭାବେ ଅଜିତ ପ୍ରଧାନ, ସୁଧାଂଶୁ ଶେଖର ପ୍ରଧାନ ଓ ଶାନ୍ତନୁ ମିର୍ଧା କାର୍ଯ୍ୟାଳୟ ପ୍ରଭାରୀ, ପୂର୍ଣ୍ଣଚନ୍ଦ୍ର ମେହେରଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବ ସମ୍ମତିକ୍ରମେ ମନୋନୀତ କରାଯାଇଥିଲା ।

ନିସିଲଗ୍ନା ଜେନା, ସତ୍ୟଭାମା ପ୍ରଧାନ ଓ ନିଳିମା ପ୍ରଧାନଙ୍କୁ ମହିଳା ଯୁବା ପ୍ରକୋଷ୍ଠ ପାଇଁ ,ନାରୀ ଜାଗରଣ ପାଇଁ ଚନ୍ଦ୍ରାବତୀ ମେହେର, ଯାଜ୍ଞାସେନି ବେହେରା, ଲିଜାରଣୀ ସାହୁ, ସୁଚରିତା ମହାକୁଡ଼ ମନୋନୀତ ହୋଇଥିଲେ। ସଂଗଠନ ପ୍ରକୋଷ୍ଠ ଭାବେ ଚିରଞ୍ଜିବି ପଟ୍ଟନାୟକ, ଦଲଗୋବିନ୍ଦ ମେହେର, କୋଦଣ୍ଡ ମେହେରଙ୍କୁ ,ରଚନାତ୍ମକ ପ୍ରକୋଷ୍ଠ ପାଇଁ ଚନ୍ଦ୍ର ଶେଖର ମହାକୁଳ, ସ୍ୱାଧୀନ କୁମାର ପ୍ରଧାନ ଓ ଶ୍ରୀନିବାସ ମିର୍ଦ୍ଧ।ଙ୍କୁ ମନୋନୀତ କରାଯାଇଥିଲା । ଶେଷରେ ସ୍ୱାଧୀନ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Popular Articles