ପ୍ରଗଳପୁର ଗ୍ରାମ ରେ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ : ୨୦ ରୁ ୨୫ କିଲୋ ପ୍ଲାଷ୍ଟିକ ସଂଗ୍ରହ

0
393

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୦୫/୧୦) : ୫ ତାରିଖ ମଙ୍ଗଳ ବାର ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମ ପଞ୍ଚାୟତ ର ପ୍ରଗଳପୁର ଗ୍ରାମରେ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଯୁବ ସ୍ୱେଚ୍ଛାସେବୀ ମନୋଜ ଭୋକ୍ତା ଙ୍କ ନେତୃତ୍ୱ ରେ ପ୍ରଗଳପୁର ଗ୍ରାମ ର ବୁଦ୍ଧଦେବ ୟୁଥ କ୍ଳବ ଗ୍ରାମରେ ଥିବା ନଳକୂପ ଗ୍ରାମର ରାସ୍ତା ବୁଲି ପ୍ରାୟ ୨୦ ରୁ ୨୫ କିଲୋ ପ୍ଲାଷ୍ଟିକ ସଂଗ୍ରହ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ରାମଗଡ ସରପଞ୍ଚ ଶ୍ରୀଯୁକ୍ତ ନରେଶ କୁମାର ସେଠି ପ୍ଲାଷ୍ଟିକ ବର୍ଜନୀୟ କରିବା ଦ୍ୱାରା ଜନଜୀବନ,କଣ ଉପକୃତ ହୁଏ ଏହି ବିଷୟରେ ବୁଝାଇଥିଲେ |

ବୁଦ୍ଧ ଦେବ କ୍ଳବ ର ସଭାପତି ଅଲେଖ ମହାକୁଡ଼, ସମ୍ପାଦକ ବିମଳ ପ୍ରଧାନ ଓ ସଭ୍ୟ ସ୍ୱାଧୀନ, ବାବୁ, ତରଣୀ, ନିର୍ମଳ, ପ୍ରିତମ, ସମୁଦ୍ର, ଆକାଶ, ତପନ, ଏକି କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ | ଆସନ୍ତା କାଲି ଏହି କାର୍ଯ୍ୟକ୍ରମରେ ଗ୍ରାମର ପୁରୁଷ, ମହିଳା ବହୁ ସଂଖ୍ୟରେ ଯୋଗ ଦେବେ ବୋଲି ଯୁବ ସ୍ୱେଚ୍ଛାସେବୀ ମନୋଜ ଭୋକ୍ତା ସୂଚନା ଦେଇଛନ୍ତି |