ମଁl ମାହେଶ୍ୱରୀ ଯୁବକ ସଂଘ ଦ୍ୱାରା ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
359

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୦୬/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମପଞ୍ଚାୟତ ପ୍ରଗଳପୁର (ବୁଦ୍ଧଦେବ ନଗର ) ଗ୍ରାମରେ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଗ୍ରାମର ମଁl ମାହେଶ୍ୱରୀ ଯୁବକ ସଂଘ ଦ୍ୱାରା ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ନରେଶ କୁମାର ସେଠି, ଗ୍ରାମ ସଭାପତି ଶ୍ରୀଯୁକ୍ତ ବାସୁଦେବ ପ୍ରଧାନ, ନେହେରୁ ଯୁବ କେନ୍ଦ୍ର ର ଯୁବ ସମାଜ ସେବୀ ମନୋଜ ଭୋକ୍ତା ଉପସ୍ଥିତ ରହି ଥିଲେ | ମଁl ମାହେଶ୍ୱରୀ ଯୁବକ ସଂଘ ର ସଭାପତି ଦୟାନିଧି, ସମ୍ପାଦକ ପିଣ୍ଟୁ, ସଂଘ ର ସଭ୍ୟ ପ୍ରବୀଣ, ଉତ୍କଳ, କରୁଣା, ବିବେକ, ଶରତ, ପ୍ରକାଶ, ଗୌତମ, ରତନ ଦିଲ୍ଲୀପ, ରବି, ଅନନ୍ତ, ବାପୁନ ଇତ୍ୟାଦି ସମସ୍ତ ଗ୍ରାମର ରାସ୍ତା, ଘାଟ, ନଳକୂପ ରେ ପଡିରହିଥିବା ପ୍ଲାଷ୍ଟିକ ନିର୍ମିତ ପଲିଥିନ, ବୋତଲ ବିଭିନ୍ନ ମାଦକ ଦ୍ରବ୍ୟ ର ପ୍ୟାକେଟ ପ୍ରାୟ ୩୦ କିଲୋ ସଂଗ୍ରହ କରି ଏକତ୍ରିତ କରିଥିଲେ | ପରେ ବୌଦ୍ଧ NAC ରୁ ଗାଡିଆସି ଏହି ବର୍ଜ୍ୟ ବସ୍ତୁ ଗୁଡିକୁ ନିଆହେବ ବୋଲି ସମାଜ ସେବୀ ମନୋଜ ସୂଚନା ଦେଇଥିଲେ |