Thursday, March 28, 2024

Top 5 This Week

Related Posts

ବାଲିଗୁଡା ବନଖଣ୍ଡ ଅଞ୍ଚଳ ରୁ କଲରା ପତରିଆ ବାଘ ଚମଡା ସହ ଜଣେ ଗିରଫ

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା,(୬/୧୦) : ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ସିର୍ତ୍ତିଗୁଡା ରୁ କଲରା ପତରିଆ ବାଘ ଚମଡା ବିକ୍ରି ପାଇଁ ଡ଼ିଲ ବେଳେ ଭୁବନେଶ୍ୱର ସ୍ପେସିଆଲ ଟାକ୍ସ ଫୋର୍ସ ଚଢ଼ାଉ କରି ଧରିଛି | ଏହି କଲରା ପତରିଆ ବାଘ ର ଚମଡା ପାଖା ପାଖି ଆଠ ଫୁଟ ର ହେବ ବୋଲି ବନ ବିଭାଗ ସୂତ୍ର ରୁ ପ୍ରକାଶ | କୌଣସି ସୂତ୍ରରୁ ଖବର ପାଇ ବାଘ ଚମଡା ଜବତ ସହ ଜଣ କୁ ଗିରଫ କଲା ଏସଟିଏଫ ଟିମ l

ଭୁବନେଶ୍ୱର ଏସଟିଏଫ ଡିଏସପି ମନୋଜ କୁମାର ରାଉତ ଙ୍କ ନେତୃତ୍ୱ ରେ ପାଞ୍ଚ ଜଣ ଟିମ ଓ ବାଲିଗୁଡା ବନଖଣ୍ଡ ଏସିଏଫ ରୁଦ୍ର ପ୍ରସାଦ ରଥ ଙ୍କ ନେତୃତ୍ୱ ଏକ ଟିମ ମିଳିତ ଚଢ଼ାଉ କରିଥିଲା ଲ ବାଲିଗୁଡା ବନଖଣ୍ଡ ସିର୍ତ୍ତିଗୁଡା ଗାଁ ରେ ବାଘ ଚମଡା ଡ଼ିଲ ବେଳେ ବିଶେଷ ସୂତ୍ର ରୁ ଖବର ପାଇ ଗ୍ରାହକ ଭାବେ ଏସଟିଏଫ ଓ ବାଲିଗୁଡା ବନ ବିଭାଗ ମିଳିତ ଚଢ଼ାଉ କରିଥିଲା l ଅଭିଯୁକ୍ତ ବାଲିଗୁଡା ଥାନା ହାଟପଦା ସାହି ର ବିଦ୍ୟାଧର ନାୟକ କୁ ଗିରଫ କରି ଅଧିକ ଯାଞ୍ଚ କରୁଛି ଏସଟିଏଫ ର ପାଞ୍ଚ ଜଣିଆ ଟିମ l

ଆଜିର ଏହି ବାଘ ଛାଲ ଚଢ଼ାଉ ଅପରେସନ ରେ ବାଲିଗୁଡା ରେଞ୍ଜର ଉଦିତ ପ୍ରଧାନ, ଫୋରେଷ୍ଟର ନିରାକାର ସାହୁ, ଫୋରେଷ୍ଟର ସରୋଜ କୁମାର ମଙ୍ଗରାଜ, ବୁଧଦେବ କହ୍ନର, ଫୋରେଷ୍ଟ ଗାର୍ଡ ଦାଶରଥୀ ପଣ୍ଡା, ସତ୍ୟ ନାରାୟଣ ମହାନ୍ତି ଉପସ୍ଥିତ ରହିଥିଲେ | ଏହା ଏକ ବାଲିଗୁଡା ବନ ଖଣ୍ଡ ପାଇଁ ବଡ ସଫଳତା |

Popular Articles