ଇଡି ରେ ହାଜର ହେବାକୁ ପୁଣି ସମୟ ମାଗିଲେ ପ୍ରଦୀପଙ୍କ ଝିଅ

0
171

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୭/୧୦) : ଟାଟା ନାଁ ରେ ମିଛ ନିଯୁକ୍ତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ – ଇଡି ରେ ହାଜର ହେବାକୁ ପୁଣି ସମୟ ମାଗିଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ । ଓକିଲଙ୍କ ଜରିଆରେ ଇଡି କାର୍ଯ୍ୟାଳୟରେ ସମୟ ମାଗିଲେ ପ୍ରଦୀପଙ୍କ ଝିଅ ।

ତାଙ୍କୁ ପଚରାଉଚରା ପାଇଁ ସମନ କରିଥିଲା ଇଡି । ପ୍ରଥମ ଥର ଇଡି ରେ ହାଜର ନହେବାରୁ ଦ୍ୱିତୀୟ ଥର ସମନ କରାଯାଇଥିଲା । ଗତକାଲି ପ୍ରଦୀପଙ୍କ ସମୁଦି ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକ ଇଡିରେ ହାଜର ହୋଇଥିଲେ । ବେଆଇନ ଆର୍ଥିକ କାରବାର ନେଇ ତାଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ଜେରା କରିଥିଲେ ଇଡିର ତିନି ଅଧିକାରୀ ।

କେଉଁ ବାବଦକୁ ଆକାଉଣ୍ଟକୁ ଆସିଥିଲା ଲକ୍ଷ ଲକ୍ଷ ଟଙ୍କା ? ପୁଅ ଆକାଶ ପାଠକଙ୍କୁ ପଠାଇଥିବା ଟଙ୍କା କାହାର ? ଏତେ ଟଙ୍କା ପୁଅ ଆକାଉଣ୍ଟକୁ କାହିଁକି ପଠାଇଥିଲେ ? ବନୀକରଣ ନାଁରେ ହେରଫେର ହାଇଛି କି ସରକାରୀ ଅର୍ଥ ? ପଦବୀରେ ଥିବା ବେଳେ ଅପବ୍ୟବହାର ହୋଇଛି କି ସରକାରୀ ଟଙ୍କା ? ଦିନସାରା ଏଭଳି ଅନେକ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ ଅଭୟ । ସେ ଆଣିଥିବା କାଗଜପତ୍ରକୁ ମଧ୍ୟ ଯାଞ୍ଚ କରିଛି ତଦନ୍ତକାରୀ ଟିମ୍ ।

ପୂର୍ବରୁ ଅଭୟ କାନ୍ତ ପାଠକ, ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ମାମଲା ରୁଜୁ କରିଥିଲା ଇଡି । ଏବେ ଯାଏଁ ଇଡି ୧୫ ଜଣଙ୍କୁ ଜେରା କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯାଗରେ ଗତ ବର୍ଷ ନଭେମ୍ୱର ୨୫ତାରିଖରେ ଓଡିଶା, ମୁମ୍ୱାଇ ଓ ବିହାରର ୧୨ଟି ଜାଗାରେ ଭିଜିଲାନ୍ସ ରେଡ୍ କରିଥିଲା । ଭିଜିଲାନ୍ସ ପାଖରୁ ସମସ୍ତ ତଥ୍ୟ ନେବାପରେ ତଦନ୍ତ କରୁଛି ଇଡି ।