ଖୋର୍ଦ୍ଧାରେ ନିର୍ମାଣ ହେବ ଫ୍ଲାଏ ଓଭର : ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅପରାଜିତା

0
221

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୫/୦୭) : ଖୋର୍ଦ୍ଧାରେ ନିର୍ମାଣ ହେବ ଫ୍ଲାଏ ଓଭର | ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍ ଛକରେ ଫ୍ଲାଏ ଓଭର  ନିର୍ମାଣ କରିବାକୁ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ।

ଖୋର୍ଦ୍ଧାରେ ନିର୍ମାଣ ହେବ ଫ୍ଲାଏ ଓଭର : ଫ୍ଲାଏ ଓଭର  ନିର୍ମାଣ ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଖୋର୍ଦ୍ଧା ନାଗରିକ ମଞ୍ଚ ପକ୍ଷରୁ ଦୀର୍ଘଦିନ ଧରି ହେଉଥିବା ଏହି ଦାବିକୂୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ସମ୍ମତି ଜଣାଇଛି । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟା ଯୋଗୁ ଏହା ସମ୍ବବ ହୋଇପାରିଛି ।

ଖୋର୍ଦ୍ଧାରେ ନିର୍ମାଣ ହେବ ଫ୍ଲାଏ ଓଭର : ଏନେଇ ଶ୍ରୀମତୀ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭାଗୀୟ ମନ୍ତ୍ରୀ ନିତିନ୍ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଫ୍ଲାଏ ଓଭର ନିର୍ମାଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଅତିରିକ୍ତ ୧୬.୬୮କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍ ଛକରେ ଓଭରବ୍ରିଜ୍ ନିର୍ମାଣ ପାଇଁ ୪.୧୯କୋଟି ଟଙ୍କା ମଞ୍ଜୁର ହୋଇଛି । ପୂର୍ବରୁ ଏଠାରେ ଅଣ୍ଡର ଭେହିକିଲ୍ ପାସ୍ ନିର୍ମାଣ ପାଇଁ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ।

ସୂଚନାଯୋଗ୍ୟ, ଖୋର୍ଦ୍ଧା ନାଗରିକ ମଞ୍ଚ ପକ୍ଷରୁ ସେଠାରେ ଫ୍ଲାଏଓଭର ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇଥିଲା । ଗତ ଏପ୍ରିଲ ୭ ତାରିଖରେ ଦଳମତ ନିର୍ବିଶେଷରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ଜଗଦେବ, ଜିତୁ ମିତ୍ର ଓ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ସାସଂଦ ଅପରାଜିତା ଷଡଙ୍ଗୀ ଏକାଠୀ ହୋଇଥିଲେ ।

ଖୋର୍ଦ୍ଧା ନାଗରିକ ମଞ୍ଚ ପକ୍ଷରୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଏହି ଫ୍ଲାଏଓଭର ନିର୍ମାଣ ପାଇଁ ଅନୁରୋଧ କରିଥିଲେ । ପରେ ସାସଂଦ ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଫ୍ଲାଏ ଓଭର ନିର୍ମାଣ ପାଇଁ ଦାବି କରିଥିଲେ ।