ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ତପୋବନ ଆଶ୍ରମ ପରିଦର୍ଶନ

0
211

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୦୭/୧୦) : ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ସଦର ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମ ନିକଟସ୍ଥ ତପୋବନ ଆଶ୍ରମ ପରିଦର୍ଶନ କରି ଆଶ୍ରମର ବାବାମାନଙ୍କ ସହିତ ଆଶ୍ରମର ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି ।4db1379a 1aaf 4aa9 8d59 c7c7ff4b8f56 ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ତପୋବନ ଆଶ୍ରମ ପରିଦର୍ଶନ

ବାବା ରଘୁନାଥ ଦାସ , ବାବା ସୁଶାନ୍ତ ଦାସ , ବାବା ଅଭୟ ଦାସ , ବାବା କରୁଣାକର ଦାସ ଏବଂ ମହିମା ଜ୍ୟୋତିଯାତ୍ରାର ସଂଯୋଜକ ଶ୍ରୀ ପ୍ରଦ୍ୟୁମ୍ନ ରଥ , ମହିମା ପରିଷଦର ସମ୍ପାଦକ ଶ୍ରୀ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଆଶ୍ରମକୁ ସବୁଦିନିଆ ରାସ୍ତା ନିର୍ମାଣ, ଜଳ ସଂରକ୍ଷଣ ନିମନ୍ତେ ଚେକ ଡ୍ୟାମର ନିର୍ମାଣ, ସୌର ଆଲୋକ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ପଶୁପକ୍ଷୀ – ଜୀବଜନ୍ତୁ ଆଦିଙ୍କ ସୁରକ୍ଷା, ଭିକ୍ଷା ମଣ୍ଡପ ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଶ୍ରମର ଉନ୍ନତି ବିଧାନ ଓ ସୁରକ୍ଷା ପ୍ରଦାନ ନିମନ୍ତେ ଆରକ୍ଷୀ ଅଧୀକ୍ଷକ ଶ୍ରୀ କେ.ଶିବା ସୁବ୍ରମଣି, ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରକାଶ ଚାନ୍ଦ ଗୋଗିନେନୀଙ୍କ ସହିତ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଆଲୋଚନା କରିଛନ୍ତି ।

ଏହି ଗ୍ରସ୍ତ ସମୟରେ ସଦର ଉପଜିଲ୍ଲାପାଳ , ସଦର ତହସିଲଦାର , ଆଶ୍ରମବାସୀ ଓ ଅନ୍ୟାନ୍ୟ ଭକ୍ତଗଣ ଉପସ୍ଥିତ ଥିଲେ । ଏହି ଅବସରରେ କାଦୁଆ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ସ୍ବାଗତ ଜଣାଇଥିଲେ । ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଓ ରାସ୍ତାର ଉନ୍ନତି ବିଧାନ ନିମନ୍ତେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।