ଗ୍ୟାସ ପାଇପ ପାଇଁ ଖୋଲାଯାଇଥିବା ଗାତରେ ପଡି ବୃଦ୍ଧଙ୍କ ମୃତ୍ୟୁ

0
192

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୦୭/୧୦) : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କିଙ୍ଗୋଳ ଗ୍ରାମ ରେ ଗ୍ୟାସ ପାଇପ ପାଇଁ ଖୋଳା ଯାଇଥିବା ଖାଲ ରେ ପଡି ବୃଦ୍ଧ ମୃତ । ମୃତକ ଜଣଙ୍କ ହେଲେ କିଙ୍ଗୋଳ ଗ୍ରାମ ର ଅନନ୍ତ ରାଉତ ।32e07f08 5f54 47da 95de 1167dfb83051 ଗ୍ୟାସ ପାଇପ ପାଇଁ ଖୋଲାଯାଇଥିବା ଗାତରେ ପଡି ବୃଦ୍ଧଙ୍କ ମୃତ୍ୟୁ

ସେ ଗତକାଲି ଠାରୁ ଘରୁ ନିଖୋଜ ଥିବା ବେଳେ ଆଜି ଭୋରୁ ଗ୍ୟାସ ପାଇପ ପାଇଁ ଖୋଲା ଯାଇଥିବା ଗାତ ରୁ ତାଙ୍କ ମୃତଦେହ ଖାଲ ରୁ ଠାବ କରାଯାଇଛି । ଦୀର୍ଘ ସାତ ଘଣ୍ଟା ପରେ ପାଣି ରୁ ଶବ ଉଠାଇ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା । ସ୍ଥାନୀୟ ତହସିଲଦାର ପ୍ରଭାଶ କୁମାର ବେହୁରା ଙ୍କ ହସ୍ତକ୍ଷେପ ପରେ ସରକାରଙ୍କ ଠାରୁ ସହାୟତା ରାଶି ମିଳିଥିଲା ଏବଂ ତତ ସହିତ ଗେଲ ଇଣ୍ଡିଆ କଂପାନୀ ଠାରୁ ତହସିଲଦାର ସାହାଯ୍ୟ ପ୍ରଦାନ କରାଇ ଦେବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।