କନ୍ଦାଜୁରୀ ଗ୍ରାମ ନିକଟରେ ବାଇକ ଦୁର୍ଘଟଣା ରେ ୩ ଜଣ ଗୁରୁତର

0
192

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୦୭/୧୦) : ବଲାଙ୍ଗୀର ଜିଲ୍ଲା ର ଲୋଇସିଂହା ଥାନା ଅନ୍ତର୍ଗତ କନ୍ଦାଜୁରୀ ଗ୍ରାମ ନିକଟରେ ବାଇକ ଦୁର୍ଘଟଣା ରେ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି l

କନ୍ଦାଜୁରୀ ଗ୍ରାମ ନିକଟରେ ବାଇକ ଦୁର୍ଘଟଣା ରେ ଆହତ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ବନ୍ଧପଡା ଥାନା ଅଧିନସ୍ଥ ସତୀଘାଟ ଗ୍ରାମ ର ତେଜରାଜ ବରିହା, ଚିଙ୍ଗାରୁ ପଧାନ ଓ ଜଗନ୍ନାଥ ବରିହା l ତିନି ବାଇକ ଆରୋହି ଅତି ଦ୍ରୁତଗତି ରେ ଆସୁଥିବା ବେଳେ ରାସ୍ତା କଡ଼ର ଏକ ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣା ଘଟିଥିଲା । ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଖବର ପାଇ ଆହତ ମାନଙ୍କୁ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଓ ଜଣଙ୍କୁ ବଲାଙ୍ଗୀର ଜିଲ୍ଲା ମ୍ୟାଡିକାଲ କଲେଜ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି l