Friday, October 22, 2021
HomeBreaking Newsବାଲିଗୁଡା ବନଖଣ୍ଡ କାର୍ଯ୍ୟାଳୟ ରେ ବନ୍ୟପ୍ରାଣୀ ସପ୍ତାହ ପାଳିତ

ବାଲିଗୁଡା ବନଖଣ୍ଡ କାର୍ଯ୍ୟାଳୟ ରେ ବନ୍ୟପ୍ରାଣୀ ସପ୍ତାହ ପାଳିତ

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା,(୭/୧୦) : ବାଲିଗୁଡା ବନଖଣ୍ଡ କାର୍ଯ୍ୟାଳୟ ସଭାଗୃହ ରେ ୬୭ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇଛି | ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ବନ୍ୟ ପ୍ରାଣୀ ଓ ଜଙ୍ଗଲ ସୁରକ୍ଷା ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି |

ବାଲିଗୁଡା ବନଖଣ୍ଡ କାର୍ଯ୍ୟାଳୟ ସଭାଗୃହ ବୈଠକ ରେ ବନ୍ୟପ୍ରାଣୀ ସରଂକ୍ଷକ ଆଇନଜୀବୀ କୌଶିକ ସାହୁ, ଏ. ସି. ଏଫ ଡ଼ ରୁଦ୍ର ପ୍ରସାଦ ରଥ, ସୌମ୍ୟ ରଞ୍ଜନ ସାହୁ, ଏସଡିଭିଓ ଡ଼ ରତ୍ନାକର ରାଉତ, ବିଭିଓ ଡ଼ ଭୁବନାନନ୍ଦଗିରି ସମେତ ବାଲିଗୁଡା ବନଖଣ୍ଡ ଅଧିନସ୍ତ ସାତ ଟି ବନାଞ୍ଚଳ ର ରେଞ୍ଜର,ବନ କର୍ମଚାରୀ ଓ ବନ ସୁରକ୍ଷା ସମିତି ର ସଦସ୍ୟ ଉପସ୍ଥିତ ରହିଥିଲେ l

ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପୋଡୁ ଚାଷ ଦ୍ୱାରା କିପରି ବ୍ୟାପକ ଜଙ୍ଗଲ କ୍ଷ୍ୟୟ ହେବା ସହ ବନ୍ୟ ଜୀବଜନ୍ତୁ ଙ୍କ ସଂଖ୍ୟା ହ୍ରାସ ପାଉଛି ସେ ନେଇ ଆଲୋକପାତ କରାଯାଇଥିଲା l ଜଙ୍ଗଲ ରେ ନିଆଁ ଲଗାଇବା ଦ୍ୱାରା କିପରି ବହୁ ମୂଲ୍ୟବାନ ବୃକ୍ଷ ନଷ୍ଟ ହେବା ସହ ପରିବେଶ ସନ୍ତୁଳନ ରେ କୁପ୍ରଭାବ ପକାଉଛି ସେ ନେଇ ଆଲୋଚନା ହୋଇଥିଲା l ତୃଣମୂଳ ସ୍ତରରେ ବନ ସୁରକ୍ଷା ସମିତି ଓ ସ୍ଥାନୀୟ ବାସିନ୍ଦା ଙ୍କ ସମନ୍ୱୟ ରେ ଜଙ୍ଗଲ ସୁରକ୍ଷା ଓ ବନ୍ୟ ଜୀବଜନ୍ତୁ ଙ୍କ ସରଂକ୍ଷଣ ନେଇ ଏକ କାର୍ଯ୍ୟ ଖୋସଡ଼ା ଉକ୍ତ ବୈଠକ ରେ ପ୍ରସ୍ତୁତ ହୋଇଅଛି l

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments