ନବଜାତ ଶିଶୁ ର ମୃତ ଦେହକୁ କୁକୁର ଧରି ବୁଲିବା ଦୃଶ୍ୟ ନେଇ ପ୍ରତିକ୍ରିୟା

0
259

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୦୮/୧୦) : ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗତ କିଛି ଦିନ ତଳେ ଗୋଟେ ଅଜଣା ନବଜାତ ଶିଶୁ ର ମୃତ ଦେହ ଉଦ୍ଧାର ହୋଇଥିଲା ।

ଡାକ୍ତରଖାନାର ଓପିଡି ସମ୍ମୁଖରେ ଗୋଟେ ବୁଲା କୁକୁର ଏକ ନବଜାତ ଶିଶୁ ର ମୃତ ଦେହ ମୁହଁରେ ଧରି ବୁଲୁଥିବା ଓ ଝୁଣି ଖାଉଥିବା ଦୃଶ୍ୟ ଅନେକଙ୍କୁ ବିଚଳିତ କରିଛି । ଶିଶୁଟିର ମୃତ୍ୟୁ ହୋଇଯାଇଥିବା ବେଳେ କେହି ଜଣେ ବାହାରେ ଫିଙ୍ଗି ଦେଇଛି ।

ବୁଲା କୁକୁରଟି ମୃତ ଦେହ ପାଟିରେ ଧରି ଖାଉଛି ଓ ମୃତ ଦେହ ଧରି ମେଡିକାଲ ପରିସରରେ ବୁଲୁଛି । କୁକୁରଟି କେଉଁ ସ୍ଥାନରୁ ମୃତଦେହକୁ ଆଣିଛି ତାହା ସ୍ୱଷ୍ଟ ହୋଇ ନଥିଲେ ମଧ୍ୟ ମେଡିକାଲ ଆଖପାଖରୁ ଆଣିଥିବା ଚର୍ଚ୍ଚା ହେଉଛି । କିଛିଦିନ ପୂର୍ବରୁ ଭୀମଭୋଇ ମେଡିକାଲ ଡ୍ରେନରେ ଏକ ନବଜାତ ଶିଶୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏଭଳି ଏକ ହ୍ରୁଦୟ ବିଦାରକ ଦ୍ରୁଶ୍ୟକୁ ନେଇ ଡାକ୍ତରଖାନା ପରିସରରେ ଉଦବେଗ ପ୍ରକାଶ ପାଇଛି ।