ଦିନିକିଆ ଗସ୍ତ ରେ ଆସିବେ ହାଇକୋର୍ଟ ମୂଖ୍ୟ ବିଚାରପତି

0
208

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୦୮/୧୦) : ଆସନ୍ତାକାଲି ଦିନିକିଆ ବଲାଙ୍ଗିର ଗସ୍ତ ରେ ଆସୁଛନ୍ତି ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼. ଏସ୍ ମୁରଲୀଧର l ପ୍ରଥମେ ଶ୍ରୀ ମୁରଲୀଧର ସିଭିଲ କୋର୍ଟ ପରିସରରେ ଲିଗାଲ ଏଡ଼ ପ୍ରକୋଷ୍ଠକୁ ଉଦଘାଟନ କରିବେ l

ମୁଖ୍ୟ ବିଚାରପତିଙ୍କ ଦିନିକିଆ ଗସ୍ତ କୁ ଦୃଷ୍ଟି ରେ ରଖି ସିଭିଲ କୋର୍ଟ ପରିସରକୁ ସଫାସୁତୁରା, ରଙ୍ଗ ଦିଆଯିବା ଓ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି l ସକାଳ ସାଢେ ୯ଟା ସମୟରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଡିଷ୍ଟ୍ରିକ୍ଟ ବାର୍ ଏସୋସିଏସନ ର ସଭ୍ଯ ମାନଙ୍କ ସାକ୍ଷାତ ଓ ଆଲୋଚନା ସଭା ଅନୁଷ୍ଟିତ ହେବ l ଆଲୋଚନା ବେଳେ ଜିଲ୍ଲା ଓକିଲ ସଂଘ ର ବିଭିନ୍ନ ସମସ୍ୟା ତଥା ସଂଘ ର ବିଭିନ୍ନ ଦାବିକୁ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣାପଡିଛି l ମୁଖ୍ୟ ବିଚାରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ଜିଲ୍ଲା ଓକିଲ ସଂଘ ର ସଭ୍ୟ ମାନେ ମଧ୍ୟ ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛି l