ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଚୋର ସହ ୮ ଟି ଚୋରି ବାଇକ ଉଦ୍ଧାର

0
278

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୦୮/୧୦) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଲୁଟ, ରାହାଜାନି, ଇତ୍ୟାଦି ଅସାମାଜିକ ତତ୍ତ୍ୱ ବଢ଼ିବାରେ ଲାଗିଥିଲା,ବର୍ତ୍ତମାନ ଇତି ମଧ୍ୟରେ ନୂତନ ଥାନା ଭାରପ୍ରାପ୍ତ ଅଧିକାରୀ ଭାବରେ ଯୋଗ ଦେବା ପରେ ଏହି ଖପ୍ରାଖୋଲ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ଯଥେଷ୍ଟ ହ୍ରାସ ପାଇଛି ।

ସୂଚନା ଅନୁସାରେ ଗତ ଗୁରୁବାର ଦିନ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପରିସରରେ ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ଏବଂ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ଯେ ଗତ ୧୯/୦୮/୨୦୨୧ ସନ୍ଧ୍ୟା ସମୟରେ ବୁଢ଼ୀବାହାଲ ଗ୍ରାମର ଜୈନକ ବ୍ୟକ୍ତି ବଳଦେବ ଶଗର(୪୦) କୌଣସି କାମରେ ଧଣ୍ଡାମୁଣ୍ଡା ଗ୍ରାମକୁ ଯାଇଥିଲେ, ସେଠାରେ ସେ ମାନସ ସାହୁଙ୍କ ସହଜ ସେବା କେନ୍ଦ୍ର ସମ୍ମୁଖରେ ନିଜ ବାଇକ ନ. ଓଡି୧୭ଏନ୍‌ ୦୫୩୮କୁ ରଖି ଦୋକାନକୁ ଯାଇଥିଲେ, ଫେରିଲା ପରେ ଦେଖିବାକୁ ପାଇଲେ ତାଙ୍କର ବାଇକ ସେଠି ନ ଥିଲା, ଏ ନେଇ ସେ ଖପ୍ରାଖୋଲ ଥାନାରେ ଗୋଟିଏ ଲିଖିତ ଅଭିଯୋଗ କରିଥିଲେ । ଶ୍ରୀ ଶଗରଙ୍କ ଅଭିଯୋଗକୁ ଆଧାର କରି ଥାନାଧିକାରୀ ଏକ ଟିମ୍‌ ଗଠନ କରିଥିଲେ ଏବଂ ବାଇକ ବିଷୟରେ ଖୋଳତାଡ଼ ଆରମ୍ଭ କରିଥିଲେ ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନାଧିକାରୀ ରମାକାନ୍ତ ସାହୁ ଏବଂ ତାଙ୍କ ଟିମ୍‌ରେ ଥିବା କନେଷ୍ଟବଳ ସଞ୍ଜୀବ ସାହୁ ଚୋରକୁ ଧରିବାକୁ ବାହାରି ପଡ଼ିଥିଲେ, ବହୁତ ପରିଶ୍ରମ କରି ଚୋରକୁ କାବୁ କରିଥିଲେ । ଚୋରକୁ ଥାନାକୁ ଆଣି ଜେରା କରିବା ପରେ ଜଣାପଡିଲା ଯେ ଚୋରଟି ରିଙ୍କୁ ମେହେର (୨୬) ତା ଘର ତୁରକେଲା ଥାନା ଲର୍କି ଗ୍ରାମରେ । ସେ ବାଇକ ନ. ଓଡି୧୭ଏନ୦୫୩୮ ଚୋରି କରିଥିବା ସ୍ୱୀକାର କରିବା ସଙ୍ଗେ ସଙ୍ଗେ ୧୨ ରୁ ଅଧିକ ବାଇକ ଚୋରି କରିଥିବା କଥା ସ୍ୱୀକାର କଲା ତା ମଧ୍ୟ୍ୟରୁ ପୋଲିସ ୮ ଟି ବାଇକ ଖୋଜିବାରେ ସଫଳତା ହାସଲ କରିପାରିଛି । ଆଉ ୪ ଟି ବାଇକ ଖୁବ ଶୀଘ୍ର ଖୋଜି ବାହାର କରିବାକୁ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରତିଶୃତି ଦେଇଛନ୍ତି ।