Friday, March 29, 2024

Top 5 This Week

Related Posts

ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ମିଶନ ଶକ୍ତି ଋଣ ଓ ସମନ୍ୱୟ ମେଳା

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୮/୧୦) : ବୌଦ୍ଧ ଜିଲ୍ଲାରେ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ମିଶନ ଶକ୍ତି ଋଣ ଓ ସମନ୍ୱୟ ମେଳା ତଥା ବ୍ୟାଙ୍କ କ୍ରେଡିଟ ଆଉଟରୀଚ କାର୍ଯ୍ୟକ୍ରମ ଆୟୋଜନ ଏନଏସି ବନ୍ୟା ଆଶ୍ରୟ ସଭା ଗୃହରେ କରାଯାଇଥିଲା |

ବୌଦ୍ଧ ଜିଲ୍ଲାରେ ଆଜି ଏହି କାର୍ଯ୍ୟକ୍ରମ ମିଶନ ଶକ୍ତି, ବୌଦ୍ଧ ଏବଂ ରାଷ୍ଟ୍ରୀୟ ସହର ଆଜୀବିକା ମିଶନ ଏବଂ ବ୍ୟାଙ୍କ ମାନଙ୍କ ମିଳିତ ସହଯୋଗ ରେ ଆୟୋଜିତ ହୋଇଥିଲା | ଏହି ମେଳାରେ ମୋଟ ୧୧୨ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଙ୍କୁ ୩୬୪ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା | ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସାରଦା ପ୍ରସନ୍ନ ମିଶ୍ର ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ | NAC ବୌଦ୍ଧର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପଣ୍ଡା ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ |

ମୁଖ୍ୟ ବ୍ୟାଙ୍କ ପରିଚାଳକ ଶ୍ରୀ ରବୀନ୍ଦ୍ର ସେଠି, ମିଶନ ଶକ୍ତି ର DPC ଶ୍ରୀ ଦେବଦତ୍ତ ମିଶ୍ର, ଓଡିଶା ଆଜୀବିକା ମିଶନ ର ଶ୍ରୀ ଫ୍ରାନସିସ ବାର୍ଲା ତଥା ୧୨ ଟି ବ୍ୟାଙ୍କରୁ ବିଭିନ୍ନ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଏବଂ ଦୁଇ ଶହ ରୁ ଅଧିକ SHG ସଦସ୍ୟା ମାନେ ଉପସ୍ଥିତ ଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles