କେନ୍ଦ୍ର କ୍ୟାବିନେଟ୍ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭% ରୁ ୨୮ % କୁ  ବୃଦ୍ଧି

0
223

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୧୫/୦୭) : କେନ୍ଦ୍ର କ୍ୟାବିନେଟ୍ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା(ଡି.ଏ.)କୁ ୧୭% ରୁ  ୨୮ % ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି ।

ମହଙ୍ଗା ଭତ୍ତା: ସୂତ୍ରରୁ ଏହା ଜଣାପଡିଛି ଯେ, ଗତ ବର୍ଷ ଏହାକୁ ବନ୍ଦ କରାଯିବା ପରେ କେନ୍ଦ୍ର କ୍ୟାବିନେଟ୍ ଚଳିତ ବର୍ଷ ଡିଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ । ମାସ ମାସ ଧରି ଏହି ଘୋଷଣାକୁ ଅପେକ୍ଷା କରିଥିବା ସରକାରୀ କର୍ମଚାରୀମାନେ ସେମାନଙ୍କ ପାଇଁ ଏହା ନିଶ୍ଚିତ ଭାବରେ ଏକ ଖୁସି ଖବର  ।

ଯଦିଓ ଏହି ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ କରିଛି ତଥାପି କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ସେପ୍ଟେମ୍ବରରୁ ଏହି ଡି.ଏ. ର ଲାଭ ପାଇବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କ୍ୟାବିନେଟ୍ ଅନୁମୋଦନ ପୂର୍ବରୁ ତିନିଟି ଡି.ଏ. କିସ୍ତି ବାକି ରହିଥିଲା ବୋଲି ଜଣାପଡ଼ିଛି  । ଗତ ବର୍ଷରୁ ଗୋଟିଏ ଏବଂ ଚଳିତ ବର୍ଷ ଦୁଇଟି କିସ୍ତି ବାକିଥିବା ଜଣାଯାଇଛି  । ଆଜି ତିନିଟି ବିଚାରାଧୀନ କିସ୍ତିର ଅଂଶ ଭାବରେ ୧୧ ପ୍ରତିଶତ ଡି.ଏ. ବୃଦ୍ଧିକୁ ଅନୁମୋଦନ କରାଯାଇଛି ।

ସୂଚନାଯୋଗ୍ୟ, ସପ୍ତମ ବେତନ କମିସନ ଅଧୀନରେ ମହଙ୍ଗା ଭତ୍ତା ଜୁଲାଇରେ ପୁନଃ ସ୍ଥାପିତ ହେବ ବୋଲି ଅନେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଆଜି ଏହାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି  । ଆଗାମୀ ଦିନରେ ସମସ୍ତ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏଥିରୁ ଫାଇଦା ଉଠାଇ ପାରିବେ ।