Friday, March 29, 2024

Top 5 This Week

Related Posts

ଆଜି ପ୍ରକାଶ ପାଇବ ଆସନ୍ତା ପଂଚାୟତ ରାଜ ନିର୍ବାଚନର ସଂରକ୍ଷଣ ତାଲିକା

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୮/୧୦) : ଆଜି ପ୍ରକାଶ ପାଇବ ଆସନ୍ତା ପଂଚାୟତ ରାଜ ନିର୍ବାଚନର ସଂରକ୍ଷଣ ତାଲିକା | ଆସନ୍ତା ପଂଚାୟତ ରାଜ ନିର୍ବାଚନ ପାଇଁ କେଉଁ ଆସନ କାହାପାଇଁ ସଂରକ୍ଷିତ ସେନେଇ ଜିଲ୍ଲା ସ୍ତରରେ ଚିଠା ପ୍ରସ୍ତୁତି ହୋଇଛି |

ଆଜି ପ୍ରକାଶ ପାଇବ ଆସନ୍ତା ପଂଚାୟତ ରାଜ ନିର୍ବାଚନର ସଂରକ୍ଷଣ ତାଲିକା | ଚିଠା ପ୍ରସ୍ତୁତ ଥିବା ଆସନ ପାଇଁ ୱାଡମେମ୍ବର ଠାରୁ ଜିଲ୍ଲା ପରିଷଦ ସଦସ୍ୟ ପର୍ଯ୍ୟନ୍ତ ଅଭିଯୋଗ ଥିଲେ ଚଳିତ ମାସ ୧୮ ତାରିଖ ଭିତରେ ଅଭିଯୋଗ କରିପାରିବେ | ୨୨ ତାରିଖରେ ଜିଲ୍ଲାପାଳଙ୍କ ଦ୍ୱାରା ସମାଧାନ କରାଯିବ | ୨୯ ତାରିଖରେ ସରକାରଙ୍କ ଅନୁମୋଦନ ନିଆଯାଇ ୩୦ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ |

ଜିଲ୍ଲା ପରିଷଦ ଆସନ ପାଇଁ ୧୬ ତାରିଖରେ ସଂରକ୍ଷଣ ଚିଠା ପାଇ ୩୦ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିଶନ ଦିଆଯିବ | ଆସନ୍ତା ପଂଚାୟତ ରାଜ ନିର୍ବାଚନ ସଠିକ ସମୟରେ ନିର୍ବାଚନ ହେବ ବୋଲି ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles